ଅନ୍ଧାର ରାତିର ସୁଯୋଗ ନେଇ ଚାଲିଛି ଗଛ କଟା, ତାତିଲେଣି ସ୍ଥାନୀୟ ଆଦିବାସୀ।
କେନ୍ଦୁଝର ଜିଲ୍ଲାର ବନ ବିଭାଗ ସଦାବେଳେ ଚର୍ଚ୍ଚାରେ ରହିଆସିଛି, କେତେବେଳେ ହାତୀ ମୃତ୍ୟୁ କୁ ନେଇ ତ ଆଉ କେତେବେଳେ ହାତୀ ଉପଦ୍ରବ ଏବଂ ଆଉ କେଉଁଠି ଅବୈଧ ଗଛ କଟାକୁ ନେଇ। ସେହିଭଳି ଆଉ ଏକ ଘଟଣା ସାମ୍ନାକୁ ଅସିଛି କି ଅନ୍ଧାର ରାତିର ସୁଯୋଗ ନେଇ ଚାଳିଛି ଗଛ କଟା ତାତିଲେଣି ସ୍ଥାନୀୟ ଆଦିବାସୀ । ଏହିଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର କେନ୍ଦୁଝର ବନଖଣ୍ଡ ଅଧିନରେ ଥିବା ବଡବିଲ ବନାଞ୍ଚଳରେ ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ତାତିଲେଣି। ସୂଚନା ଅନୁଯାୟୀ ବଡବିଲ ବନାଞ୍ଚଳ କାରାଖେଣ୍ଡରା ପଞ୍ଚାୟତ ଅଧିନସ୍ତ କାରାଖେଣ୍ଡରା ଗ୍ରାମରେ ଅନ୍ଧାର ରାତିରେ ହେଉଥିଲା ଗଛକଟା, କେତୋଟି ବିଶାଳ ବିଶାଳ ଗଛକୁ କଟା ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ପରେ ସେଠାରୁ ଛୁ ମାରିଥିଲେ, ତେବେ କିଏ ଏବଂ କଣ ପାଇଁ ଏ ରାତି ଅଧିଆ ଚକ୍ରାନ୍ତ କରୁଛି ତାହା ତଦନ୍ତ ସାପେଖ୍ୟ । କଣ ବଡବିଲ ବନାଞ୍ଚଳ ଅଧିକାରୀ ଏହାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନା ମୁକ ବଧିର ସାଜି ଧୃତରାଷ୍ଟ୍ର ର ଭୂମିକା ଗ୍ରହଣ କରିବେ। ପରବର୍ତ୍ତୀ ସମୟରେ ଏହି ଘଟଣାର ସମ୍ପୂର୍ଣ ପର୍ଡ଼ାଫାସ କରିବୁ ଆମେ ଏହି ରାତି ଅଧିଆ ଚକ୍ରାନ୍ତ ପଛରେ କାହାର ହାତ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍




