ଭଟଲି ବ୍ଲକ କୁଲତା ସମାଜର ମେଧାବୀ ସମ୍ମର୍ଦ୍ଧନା କାର୍ଯ୍ୟକ୍ରମ

ବରଗଡ:୧/୬(ପବିତ୍ର ମେହେର) ବରଗଡ ଜିଲ୍ଲା ଭଟଲି ବ୍ଲକ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କୁଲତା ସମାଜ ତରଫରୁ ଭଟଲି ଠାରେ ଏକ ମେଧାବୀ ସମ୍ମର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଟଲି ବ୍ଲକ କୁଲତା ସମାଜ ସଭାପତି ସଞ୍ଜୟ କୁମାର ପ୍ରଧାନ ସଭାପତିତ୍ବ କରିଥିଲେ। ସମାଜର ଉପସଭାପତି ବୈରାଗୀ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ କୁଲତା ସମାଜର ଉପଦେଷ୍ଟା ତଥା ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଉପଦେଷ୍ଟା କମିଟି ମୁଖ୍ୟ ସୌରୀଚରଣ ବାରିକ, ଉପସଭାପତି କ୍ଷୀରଧର ସାହୁ, ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡି ଆଦି ପୀଠ କମଗାଁର ପୂଜକ ଜିବର୍ଦ୍ଧନ ଭୋଇ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରବଣ କୁମାର ସାହୁ ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଘ୍ନ ବିନାଶକ ଗଣେଶ ଏବଂ ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡି ଦେବୀଙ୍କ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଅତିଥିମାନେ ପୂଜାର୍ଚ୍ଚନା କରିଥିଲେ। ସାଧାରଣ ସମ୍ପାଦକ ମାଧବ ପ୍ରସାଦ ସାହୁ ସ୍ୱାଗତ ଭାଷଣ ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନେ ସମାଜର ସାଂସ୍କୃତିକ ମୂଲ୍ୟବୋଧକୁ ଧ୍ୟାନରେ ରଖି ଏକ ଲକ୍ଷ୍ୟ ନେଇ ଜୀବନରେ ଆଗକୁ ବାଢ଼ିବା ପାଇଁ ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଶିକ୍ଷକ ଉପେନ୍ଦ୍ର ଖମାରୀଙ୍କ ସଂଯୋଜନରେ ଅନୁଷ୍ଠିତ ମେଧାବୀ ସମ୍ମର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷକ ବିନୋଦ ଭୋଇ ଏବଂ ଆଦ୍ୟା ଆଦିତ୍ରୀ ସାହୁ ସହଯୋଗ କରିଥିଲେ । ଏଥିରେ ଗତ ୨୦୨୪-୨୫ ଶିକ୍ଷା ବର୍ଷରେ ବିଭିନ୍ନ ସ୍ତରରେ କୃତକାର୍ଯ୍ୟ ହୋଇଥିବା କୁଲତା ସମାଜର ଛାତ୍ରଛାତ୍ରୀଙ୍କୁ ସମ୍ମର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖିଥିବା ନିୟତି ନିହାରିକା ସାହୁ, ଅଭିପ୍ସା ଭୋଇ, ଘନଶ୍ୟାମ ସାହୁ, ସୁଭଦ୍ରା ନାଏକ, ପ୍ରୀତିପ୍ରଜ୍ଞା ପ୍ରଧାନ, ଆରିୟନ ବାରିକ, ଓମ ପ୍ରକାଶ ସାହୁ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଭଟଲି ବ୍ଲକ ଟପ୍ପର ହୋଇଥିବା ସୌରଭ ସାହୁ, ଯୁକ୍ତ ଦୁଇ କଳା ବିଭାଗରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ରୂପାଲୀ ଖମାରି, ମିଳି ପ୍ରଧାନ, ବିଜ୍ଞାନ ବିଭାଗରୁ ନୈନା ପ୍ରଧାନ, ଦ୍ଵାଦଶ ହୁମାନିଟିସ୍ ବିଭାଗରୁ କୁକୀ ସାହୁ, ଜାତୀୟ ସ୍ତର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେରେ ସଫଳ ହୋଇ ଜାପାନ ଯିବା ପାଇଁ ମନୋନୀତ ହୋଇଥିବା ଛାତ୍ରୀ ଦିବ୍ୟାସା ପ୍ରଧାନ, ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ସ୍ନାତକ ବିଭାଗ ସଂସ୍କୃତ ସମ୍ମାନରେ ପ୍ରଥମ ସ୍ଥାନ ହାସଲ କରିଥିବା ଡୋଲିରାଣୀ ସାହୁ, ୭ମ ସ୍ଥାନରେ ଥିବା ଚନ୍ଦ୍ରିକା ସାହୁ ଓ ନିକିତା ସାହୁ ଓ ୯ମ ସ୍ଥାନ ହାସଲ କରିଥିବା ଶ୍ରୁତି ଭୋଇଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ବ୍ଲକ କୁଲତା ସମାଜର ସମ୍ପାଦକ ରାଜାରାମ ସାହୁ, ଦୁଃଖନାସନ ସାମଲ, ଉପଦେଷ୍ଟା ରୂପରାଜ ସାହୁ, ଲୋକନାଥ ଭୋଇ, କାର୍ଯ୍ୟକାରିଣୀ ସଦସ୍ୟ, ସଭ୍ୟ ତଥା ଛାତ୍ରଛାତ୍ରୀଙ୍କ ସମେତ ଅଭିବାବକ ମାନେ ଉପସ୍ଥିତ ଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ଖମାରୀ ଧନ୍ୟବାଦ ଅର୍ପଣ କରିବା ସହିତ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡିଙ୍କ ଠାରେ ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।




