ମଲାଗାଈ ର ମାଂସ କଟାକୁ ନେଇ ଉତ୍ତେଜନା

ଗୋମାତା ମାନଙ୍କ ସୁରକ୍ଷା କୁ ସାରା ଦେଶରେ ଏବେ ଗୋରକ୍ଷକ ମାନେ ବେଶ୍ ସଜାଗ ହୋଇ ଉଠିଥିବା ବେଳେ କିଛି ଲୋକ ଗୋମାଂସ ଖାଇବାରୁ ନିଜକୁ ଅଟକାଇ ପାରୁନାହାନ୍ତି ଯାହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥାଏ। ସେଇଭଳି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଚଟେଇ ହାଟିଙ୍ଗ ନିକଟରେ କୌଣସି କାରଣରୁ ଏକ ଗାଈ ମରି ପଡ଼ିଥିବା ବେଳେ ଝାଡ଼ଖଣ୍ଡ ଟାଟିବା ଅଞ୍ଚଳର କିଛି ମାଙ୍କଡ଼ିଆ ସମ୍ପ୍ରଦାୟ ର ଲୋକ ଉକ୍ତ ଗାଈ ର ମାଂସକୁ କାଟି ବ୍ୟାଗ୍ ସାହାଯ୍ୟରେ ନେଉଥିବା ବେଳେ କିଛି ସ୍ଥାନୀୟ ଲୋକେ ଏହା ଦେଖି ବଜରଙ୍ଗ ଦଳ କର୍ମକର୍ତ୍ତା ଓ ଗୋରକ୍ଷକ ମାନଙ୍କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଉକ୍ତ ଲୋକେ ସେଠାରୁ ଫେରାର ହେବାକୁ ଚେଷ୍ଟା କରିଥିଲେ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ସେମାନଙ୍କ ପିଛା କରି ବଲାଣି ନିକଟସ୍ତ ନଦୀ ପୋଲ ନିକଟରେ ସେମାନଙ୍କୁ ଅଟକାଇବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା, ଖବର ପାଇ ବଲାଣି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଉକ୍ତ କଟାମାଂସ କୁ ଏକ ନିର୍ଜନ ସ୍ଥାନରେ ଗାତ ଖୋଳି ପୋତିବାକୁ କହି ଥିଲେ। ଏବଂ ଉକ୍ତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




