କଟକ: (ଡିସେମ୍ବର ୯) — ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟ ବିନିମୟରେ ୧୭୫ ରନ୍ କରିଥିଲା । ଭାରତ ପକ୍ଷରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୮ ବଲର ସମ୍ମୁଖିନ ହୋଇ ୬ ଚୌକା ଓ ୪ ଛକା ସହାୟତାରେ ୫୯ ରନ୍ କରିଛନ୍ତି । ଅଭିଶେକ ଶର୍ମା ଏବଂ ଶୁବମନ ଗିଲ ଓପନ କରିବାକୁ ଆସିଥିଲେ । ଗିଲ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ଫିଲ୍ଡକୁ ଆସିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ବି ଚାଲି ନଥିଲା । ୧୧ ବଲରୁ ଗୋଟିଏ ଲେଖାଏଁ ଚୌକା ଓ ଛକା ସହାୟତାରେ ୧୨ ରନ କରିଥିଲେ । ଅଭିଶେକ ଦୁଇ ଚୌକା ଗୋଟିଏ ଛକା ବଳରେ ୧୭ ରନ୍ କରିଥିଲେ । ତେବେ ତିଲକ ବର୍ମା ୨୬, ଅକ୍ଷର ପଟେଲ ୨୩ ରନ୍ କରିଥିବା ବେଳେ ଶୁଭମ ଦୁବେ ୧୧ ଏବଂ ଜିତେଶ ଶର୍ମା ୧୦ ରନ୍ କରିଥିଲେ ।
🇮🇳
ବାରବାଟୀରେ ଟିମ ଇଣ୍ଡିଆର ବୃହତ୍ତ ବିଜୟ । ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ ଇଣ୍ଡିଆ । ୨୭୬ ରନ ପିଛା କରିବାକୁ ଯାଇ ୧୨ ଓଭର ୩ଟି ବଲରେ ମାତ୍ର ୭୪ ରନ କରି ଅଲଆଉଟ ହୋଇଛି ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ୫ ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି ଟିମ ଇଣ୍ଡିଆ । ପ୍ରଥମରେ କୌଣସି ରନ ନକରି ଦଳର ଓପନର କ୍ଵିଣ୍ଟନ ଡି-କକ ଅଭିଷେକ ବର୍ମାଙ୍କ ଶିକାର ହୋଇଥିଲେ ।
🇿🇦 ଦକ୍ଷିଣ ଆଫ୍ରିକା ଆଗରେ ବଡ଼ ଟାର୍ଗେଟ୍
🚨 କଡ଼ା ସୁରକ୍ଷା ବଳୟରେ ବାରବାଟୀ
ମାତ୍ର ଦକ୍ଷିଣଆଫ୍ରିକା ମାତ୍ର ୭୪ ରନ୍ କରି ପାରିଥିଲା। ଶେଷରେ ଟିମ୍ ଇଣ୍ଡିଆ ୧୦୧ ରନ୍ ର ସହଜ ବିଜୟ ହାସଲ କରିଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

