ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୬ତମ ବାର୍ଷିକ କ୍ରୀଡା ଦିବସ ପାଳନ
ଢେଙ୍କାନାଳ, ୧୮/୧୨- ଢେଙ୍କାନାଳ ସହର ମଧ୍ଯସ୍ଥଳୀରେ ଅବସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୬ତମ ବାର୍ଷିକ କ୍ରୀଡା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ବାର୍ଷିକ କ୍ରୀଡାର ମଶାଲ ପ୍ରକୃଳିତ କରିବା ସହିତ କ୍ରୀଡା ପତାକା ଉତୋଳନ କରି ବାର୍ଷିକ କ୍ରୀଡାର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର, କୁଟୁଣିଆ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କରୁଣାକର ସେଠୀ, ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଜୟନ୍ତୀ ବେହେରା ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଦେହୁରୀ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶାନ୍ତି ଶୃଙ୍ଖଳା ସହିତ ଖେଳିବାକୁ ପରାମର୍ଶ ଦେଇଥିଲେ । ଏହି କ୍ରୀଡା ମହୋତ୍ସବ ବିଦ୍ୟାଳୟରେ ଡିସେମ୍ବର ୧୮ ଓ ୧୯ ଦୁଇଦନ ଧରି ଚାଲିବ ।



