ପୁରୀ : ପୁରୀ ବଡ଼ ଦାଣ୍ଡରେ ଉଠା ଦୋକାନୀଙ୍କୁ ଉଚ୍ଛେଦ ବେଳେ ଉତ୍ତେଜନା l ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବଡ଼ ଶଙ୍ଖ ପରିବା ଓ ଫଳ ମାର୍କେଟ ଉଚ୍ଛେଦ କରାଯାଉଥିବା ବେଳେ ଉଠା ଦୋକାନୀ ଏହାକୁ ବିରୋଧ କରିଛନ୍ତି l ଉତ୍ତ୍ୟକ୍ତ ଲୋକେ ବଡ଼ ଦାଣ୍ଡରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ l ଥଇଥାନ ଦାବିରେ ଉଠା ଦୋକାନୀ ଓ ପୋଲିସ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ଉପୁଜିଥିଲା lଘଟଣାସ୍ଥଳରେ ପୁରୀ ଅତିରିକ୍ତ ଏସପି ଏବଂ ବରିଷ୍ଠ ପୋଲିସ ଅଧିକାରୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ରାସ୍ତା ଅବରୋଧ ହଟାଇଥିଲେ l ବଡ଼ ଶଙ୍ଖ ପରିବା ଓ ଫଳ ମାର୍କେଟରେ ହଜାର ହଜାର ଉଠା ଦୋକାନୀ ଦୋକାନ କରି ପରିବାର ପୋଷୁଥିବା ବେଳେ ପ୍ରଶାସନର ଉଚ୍ଛେଦକୁ ବିରୋଧ କରି ଥଇ ଥାନ ଦାବି କରିଛନ୍ତି ଉଠା ଦୋକାନୀ l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"327443888049211","type":"ugc"},{"id":"436820509039211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_26-05-27_06-10-24-126.jpg)



1 Comment
https://shorturl.fm/P14kd