
ଅନୁଗୁଳ, ୨୩ ଡିସେମ୍ବର ୨୦୨୫:ସାମାଜିକ ଉନ୍ନତି ଏବଂ ଜନଜାତି ବାଳିକାମାନଙ୍କ ଶିକ୍ଷାକୁ ସମର୍ଥନ ଦେବା ଉଦ୍ଦେଶ୍ୟରେ ଜିନ୍ଦଲ୍ ଷ୍ଟିଲ୍ର ସାମାଜିକ ଶାଖା ଜିନ୍ଦଲ୍ ଫାଉଣ୍ଡେସନ୍ ପକ୍ଷରୁ ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍ ଅନ୍ତର୍ଗତ ବଡ଼ରୋହିଲା ଗାଁରେ ଅବସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମ ଏସ୍.ଟି. ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ୟଶସ୍ୱିନୀ ଜିନ୍ଦଲ’ ବାଳିକା ଛାତ୍ରାବାସ ନିର୍ମାଣ ପାଇଁ ଭୂମି ପୂଜନ ଆଧାରଶିଳା ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିନ୍ଦଲ୍ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ୍ ଜୀ ଭୂମିପୂଜନ କରି ଆଧାରଶିଳା ରଖିଥିଲେ। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଜନଜାତି ଓ ଦୂରଦୂରାନ୍ତ ଅଞ୍ଚଳର ବାଳିକାମାନଙ୍କ ପାଇଁ ସୁରକ୍ଷିତ, ସହଯୋଗୀ ଓ ପୋଷକ ଆବାସିକ ସୁବିଧା ଯୋଗାଇ ଉତ୍ତମ ଶିକ୍ଷାର ସୁଯୋଗ ବୃଦ୍ଧି କରିବା।
ଏହି ଅବସରରେ ପାରମ୍ପରିକ ପୂଜାର୍ଚ୍ଚନା, ଆଧାରଶିଳା ସ୍ଥାପନ ଓ ପୂର୍ଣ୍ଣାହୁତି ଆଦି ରିତିନୀତି ଅନୁଷ୍ଠିତ ହୋଇଥିଲା। ସମାରୋହରେ ସ୍ଥାନୀୟ ସମୁଦାୟ ନେତା, ସ୍ଥାନୀୟ ଅଂଶୀଦାର, ଗୁରୁଜୀ ଶ୍ରୀମଦ୍ ବଂଶୀଧର ବଳରାମ ଦାସ, ଜିନ୍ଦଲ୍ ଷ୍ଟିଲର ସିଏସଆର ମୁଖ୍ୟ ଶ୍ରୀ ରିଶି ପଠାନିଆ, ଏଚଓଡି-ସିଏସ୍ଆର(ଅନୁଗୁଳ) ଶ୍ରୀ ଜୟନ୍ତ କୁମାର ମହାନ୍ତି, ସ୍କୁଲର ସଂସ୍ଥାପକ ଶ୍ରୀ ଶେଷଦେବ ଶାସିନୀ, ସହ-ସଂସ୍ଥାପକ ଶ୍ରୀ ଅନନ୍ତ ଶାସିନୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଯଶସ୍ବିନୀ ଜିନ୍ଦଲ୍ ବାଳିକା ଛାତ୍ରାବାସ ଓଡ଼ିଶାର ଜନଜାତି ସମୁଦାୟଙ୍କ ଶିକ୍ଷା, ସଶକ୍ତିକରଣ ଓ ସାମଗ୍ରିକ ବିକାଶ ପ୍ରତି ଜିନ୍ଦଲ୍ ଫାଉଣ୍ଡେସନର ଅବିରତ ପ୍ରତିବଦ୍ଧତାର ଏକ ସ୍ପଷ୍ଟ ଉଦାହରଣ। ଏହା ସହିତ, ଫାଉଣ୍ଡେସନ୍ ଆଫ୍ଟର-ସ୍କୁଲ୍ ଲର୍ଣିଂ, ମହିଳା ଓ ଝିଅମାନଙ୍କ ପାଇଁ ଯଶସ୍ୱୀ ଛାତ୍ରବୃତ୍ତି, ଓ.ପି. ଜିନ୍ଦଲ୍ ଷ୍ଟାର୍ ଏବଂ ଜୁଏଲ୍ ଛାତ୍ରବୃତ୍ତି, ଜିନ୍ଦଲ୍ ଆଶା, ସାବିତ୍ରୀ ଜିନ୍ଦଲ୍ ଡିଏଭି ହାଇସ୍କୁଲ୍ ଓ ଅନ୍ୟାନ୍ୟ ଶିକ୍ଷାମୂଳକ ପଦକ୍ଷେପ ମାଧ୍ୟମରେ ଶିକ୍ଷା ପରିବେଶକୁ ନିରନ୍ତର ମଜବୁତ କରି ଚାଲିଛି।



