କଲେଜଛକ, କଟକ ଶିଶୁ ବିଦ୍ୟା ମନ୍ଦିରରେ ୩୯ ତମ ବାର୍ଷିକ ଉତ୍ସବ

ଅଦ୍ୟ ତା ୨୨.୧୨.୨୦୨୫ ରିଖ ସୋମବାର ଦିନ କଟକ ସ୍ଥିତ କଲେଜଛକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୩୯ତମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ସମ୍ମାନନୀୟ ଡ଼. ଦୁର୍ଗା ପ୍ରସନ୍ନ ଚୌଧୁରୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ପିଲାମାନଙ୍କୁ ଉଚ୍ଚାଭିଳାସ ହୋଇ ଲକ୍ଷ୍ୟ ସ୍ଥଳରେ ପହଂଚିବାକୁ ପ୍ରେରଣା ଦେଇଥିଲେ । ଶିକ୍ଷା ବିକାଶ ସମିତିଜ୍ଞ ଉତରପୂର୍ବ ସମ୍ଭାଗର ସଭାପତି ସମ୍ମାନନୀୟ ଶ୍ରୀଯୁକ୍ତ ଶିବ ନାରାୟଣ ସିଂହ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଶିଶୁ ମନ୍ଦିରର ଭୂୟସୀ ପ୍ରଶଂସା କରିବା ସହ ପିତା ମାତାଙ୍କର ସେବା କରିବାକୁ ଉପଦେଶ ପ୍ରଦାନ କରିଥିଲେ । ଏହି ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମାନନୀୟ ଶ୍ରୀଯୁକ୍ତ ବ୍ରଜେନ୍ଦ୍ର କୁମାର ରାଏ । ଅତିଥିମାନଙ୍କ ପରିଚୟ ଓ ସ୍ବାଗତ ସଂଭାଷଣ ରଖୁଥିଲେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଆଇନ୍ଜୀବି ତଥା ରୋଟାରୀ ଗଭର୍ଣ୍ଣର ଡ଼. ସୌମ୍ୟ ରଂଜନ ମିଶ୍ର । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମନୋଜ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଅତିଥିମାନଙ୍କ କରକମଳରେ ବିଦ୍ୟାଳୟର ୩୯ତମ ବାର୍ଷିକ ମୁଖପତ୍ର ସବୁଜଶ୍ରୀ ଉନ୍ମୋଚିତ ହୋଇଥିଲା । ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ, ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପହାର ତଥା ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଉଚ୍ଚ କୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ବିଦ୍ୟାଳୟର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବିଭୁଦେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଆଚାର୍ଯ୍ୟା ରଶ୍ମିରାଣୀ ଷଡ଼ଙ୍ଗୀ ମଂଚ ଉପସ୍ଥାପନା କରିଥିଲେ ।




