ଚମ୍ପୁଆଥାନା ଅନ୍ତର୍ଗତରେ ଛେଳି ଚରାଇବାକୁ ଯାଇ ନଦୀରେ ବୁଡ଼ି ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ

ଚମ୍ପୁଆ:କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତରେ ଘଟିଛି ଏକ ଦୁଃଖଦ ଘଟଣା।ଛେଳି ଚରାଇବାକୁ ଯାଇ ବୈତରଣୀ ନଦୀରେ ବୁଡିଗଲେ ଵୣଦ୍ଧ l କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମିରିଗିସିଙ୍ଗା ଗ୍ରାମର କୁଣ୍ଡିଆ ମୁଣ୍ଡା ନାମକ ଜଣେ ବୃଦ୍ଧା ଆଜି ସକାଳୁ ନଦୀ କୂଳକୁ ଛେଳି ଚରାଇବାକୁ ଯାଇଥିଲେ l ଛେଳି ଚରାଉଥିବା ବେଳେ ଅସାବଧନତାରେ ବୈତରଣୀ ନଦୀରେ ପଡି ପାଣିରେ ବୁଡି ଯାଇଥିଲେ l ସେଠାରେ ସେ ମୣତ୍ୟୁବରଣ କରିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ନଦୀରେ ପଡ଼ିଥିବା ଦେଖି ତାଙ୍କ ପରିବାର ଲୋକ ଙ୍କୁ ସୂଚନା ଦେବାସହ ଚମ୍ପୁଆ ପୁଲିସକୁ ଖବର ଦିଆଯାଇଥିଲେ l ଖବର ପାଇ ଚମ୍ପୁଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୣତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ଚମ୍ପୁଆ ପୋଲିସ୍।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



