
*:ଲୋକଙ୍କ ସରକାର ସମୟରେ ହଟହଟା ହେଲେ ସରପଞ୍ଚ।ମୌଳିକ ସୁବିଧାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ ।ଗାଁ ବଢ଼ିଲେ ଦେଶ ବଢ଼ିବ କିନ୍ତୁ କେବେ ଦିଆଯିବ ଗ୍ରାମସଭାକୁ ଗୁରୁତ୍ୱ ?::*

ବରଗଡ:୨୩/୧୨(ପବିତ୍ର ମେହେର)ସରପଞ୍ଚଙ୍କ ସଭାପତିତ୍ବରେ ହେଉଛି ଗ୍ରାମସଭା ନାଁ ମହାଭାରତର ଆଖଡ଼ା ।ସଭା ସମିତିରେ ସରପଞ୍ଚ ହଟହଟା! ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ହିର୍ଲିପାଲି ଗ୍ରାମ ପଂଚାୟତରେ ଅନୁଷ୍ଠିତ ହୋଇଥିଲା ଗ୍ରାମସଭା।ସ୍ଥାନୀୟ ସରପଞ୍ଚ କବିତା ସାହୁଙ୍କ ସଭାପତିତ୍ବରେ ଗ୍ରାମସଭାରେ ସ୍କୁଲର ଉନ୍ନତି,ରାସ୍ତାଘାଟ, ଆବାସ ଘର ତଥା ଗ୍ରାମର ମୌଳିକ ସୁବିଧାରୁ ବଞ୍ଚିତ ଥିବା ହିତାଧିକାରୀ ଚିହ୍ନଟ ଠିକ୍ ଭାବରେ ହୋଇଛି କି ନାହିଁ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।ଏହାପରେ ଗ୍ରାମବାସୀ ସରପଞ୍ଚଙ୍କୁ ଗ୍ରାମ ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟ ଉପରେ ପଚାରିବାରୁ ଆରମ୍ଭ ହୋଇଯାଇଥିଲା ସରପଞ୍ଚଙ୍କ ଋଣ ହୁଙ୍କାର। ଲୋକଙ୍କ ସରକାର ସମୟରେ ଆଵାସ ଘରରେ ମହାଦୁର୍ନୀତି। ପ୍ରକୃତ ହିତାଧିକାରୀଙ୍କୁ ମିଳୁ କି ନ ମିଳୁ ସରପଞ୍ଚଙ୍କ ଶାଶୁଙ୍କୁ ମିଳିବା କେତେ ମାତ୍ରାରେ ଠିକ ବୋଲି ସରପଞ୍ଚ କବିତା ସାହୁଙ୍କୁ ପଚାରିବାରୁ ସେ କହନ୍ତି ଯାହାର ନାମରେ ଅଭିଯୋଗ ଅଛି ସେ ନାଁ ତ ପଂଚାୟତରେ ନାହିଁ ଆଉ କାହାରି ନାଁ ହୋଇଥାଇପାରେ ବୋଲି କହନ୍ତି।

ହେଲେ ଏହି କଥାରେ କେତେ ସତ୍ୟତା ଅଛି ତାହାଯେ ଜିଲ୍ଲା ପ୍ରଶାସନ ତଦନ୍ତ କଲାପରେ ଲୋକଲୋଚନକୁ ଆସିବ ବୋଲି କହନ୍ତି ଅଭିଯୋଗରୀ।ମହିଳା ସରପଞ୍ଚ ହୋଇ ହିର୍ଲିପାଲି ଗ୍ରାମ ପଂଚାୟତର ଗ୍ରାମ ସଭାକୁ ଆରମ୍ଭ ହେବାର କେଇ ମିନିଟ ମଧ୍ୟରେ ମହାଭାରତରେ ପରିଣତ କରିଦେଲେ। ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଆପଣଙ୍କୁ କିଏ ଡାକିଥିଲା ଓ ଆପଣ ଆମ ପଂଚାୟତକୁ କାହିଁକି ଆସିଛନ୍ତି ବୋଲି କହିବାକୁ ପଛାଇ ନଥିଲେ। ତେବେ ଏ କଥାକୁ ଗ୍ରାମବାସୀ ଦୃଢ଼ ନିନ୍ଦା କରିବାର ସହ ଗଣମାଧ୍ୟମ ପ୍ରତିନିଧି ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିବା ସହ ସରକାରଙ୍କ କାର୍ଯ୍ୟକ୍ରମ ଓ ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁକୁ ଲୋକଲୋଚନ ଆଣିବା ହେଉଛି ସମାଜର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ବୋଲି କହିଛନ୍ତି।ତେବେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ,ଲୋକଙ୍କ ସ୍ୱରକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ହେଉଛି ଗଣମାଧ୍ୟମର କର୍ତ୍ତବ୍ୟ ବୋଲି ଜାଣି ନାହାଁନ୍ତି କି ସରପଞ୍ଚ ମାଡ଼ାମ୍। ତଦନ୍ତ ହେଲାପରେ ସରପଞ୍ଚଙ୍କ ମହାଦୁର୍ନୀତିର ଖୁଲାସା ହେବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି।




