*ନୂଆଗାଁ ଠାରେ ୱାଟରସେଡ୍ ମହୋତ୍ସବ*

ଅନୁଗୋଳ, ୨୭.୧୨ : ଆଜି ବଡକନ୍ତକୂଳ ପଞ୍ଚାୟତ ନୂଆଗାଁ ଠାରେ ୱାଟରସେଡ୍ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଜୟଶଙ୍କର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ଏକ ଶସ୍ୟ ଅମଳ ଖଳାର ଲୋକାର୍ପଣ କରିଥିଲେ। ଏହି ଶୁଭ ଅବସରରେ ଏକ ଜଳ ଅମଳ ପ୍ରକଳ୍ପର ଭୂମିପୂଜନ, ଶ୍ରମଦାନ ସହ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜଳ ଓ ମୃତ୍ତିକା ସଂରକ୍ଷଣଦ୍ଵାରା ବୈଜ୍ଞାନିକ ପଦ୍ଧତିରେ ଚାଷ କାର୍ଯ୍ୟ କରି ଆଗାମୀ ପିଢ଼ିକୁ ସ୍ବାବଲମ୍ବୀ ହେବାକୁ ମାନ୍ୟବର ସାଂସଦ ପରାମର୍ଶ ଦେଇଥିଲେ। ସେହିପରି ଜନସାଧାରଣଙ୍କୁ ଜଳ ବିଭାଜିକା କାର୍ଯ୍ୟକ୍ରମ ଉପରେ ସଚେତନ କରିବା ସହ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଅନ୍ତର୍ଗତ ଜଳ ବିଭାଜିକା ଉନ୍ନୟନ ଯୋଜନାକୁ କିପରି ସଫଳ ରୂପେ କାର୍ଯ୍ୟକାରୀ କରାଯିବ ତାହା ଉପରେ ମାନ୍ୟବର ବିଧାୟକ ଅନୁଗୋଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଜୋନ୍ ନମ୍ବର ୪ ସଭ୍ୟ ଶ୍ରୀ ଧ୍ରୁବ ଚରଣ ଦେହୁରୀ,ସହକାରୀ ଉଦ୍ୟାନ ଉପନିର୍ଦ୍ଦେଶକ ଶ୍ରୀ ମନୋରଞ୍ଜନ ପଣ୍ଡା, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ସତ୍ୟାନନ୍ଦ ସାହୁଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"327443888049211","type":"ugc"},{"id":"436820509039211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_26-05-27_06-10-24-126.jpg)


