ଦାବି ପୂରଣ ନ ହେଲେ ଆତ୍ମାହୂତି ଧମକ
ଭଟଲି :- ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁଶନପୁରୀ ଅଧୀନସ୍ଥ ଶ୍ୟାମ ବିହାରୀ ମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା ବିରୋଧରେ ମଙ୍ଗଳବାର ଦିନରୁ ଭଟଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମାଧୋ ବାବାଙ୍କ ପରିବାର ସଦସ୍ୟ ବଜରଙ୍ଗଲାଲ ଅଗ୍ରୱାଲ ଅନଶନରେ ବସିଛନ୍ତି ।ଏହି ଅବସରରେ ଶ୍ରୀ ଶ୍ୟାମ ବିହାରୀଙ୍କ ଦର୍ଶନ ତଥା ପୂଜାର୍ଚ୍ଚନା କରିବା ପରେ ସେ ତହସିଲ କାର୍ଯ୍ୟାଳୟକୁ ଯାଇ ତହସିଲଦାର ରାମକୃଷ୍ଣ ମିଶ୍ରଙ୍କୁ ଦାବିପତ୍ର ଦେଇଥିଲେ | ଏହି ଅନଶନ ରେ ପ୍ରସାଶନ ପକ୍ଷରୁ କୌଣସି ପଦକ୍ଷେପ ତଥା ଅନଶନକାରୀଙ୍କ ମନ୍ତବ୍ୟ ଏଯାଏଁ ନିଆଯାଇ ନାହିଁ | ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀ ଅନଶନକାରୀଙ୍କ ସହିତ ଆଲୋଚନା କରିଥିଲେ | ଏହା ସହିତ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ ଶ୍ରୀ ଅଗ୍ରୱାଲଙ୍କୁ ଫୋନ୍ ଯୋଗେ ବୁଝାଇଥିଲେ। ଏଥିରେ ଦେବୋତ୍ତର ବିଭାଗର କାର୍ଯ୍ୟଧାରା ଉପରେ ଉପଜିଲ୍ଲାପାଳଙ୍କ କୌଣସି ହସ୍ତକ୍ଷେପ ନଥିବା ସୂଚାଇଥିଲେ ଯଦ୍ବାରାକି ଆଲୋଚନା ବିଫଳ ହୋଇଥିଲା ଏବଂ ଦାବି ପୂରଣ ନହେଲେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି ଅନଶନକାରୀ | ଶ୍ରୀ ଶ୍ୟାମ ବିହାରୀଙ୍କ ମନ୍ଦିରରେ ଏକାଦଶୀ ପାଳନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଏକତ୍ରିତ ହୋଇଥିବା ବେଳେ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


