
ବଡ଼ବିଲ ମହୋତ୍ସବର ତୃତୀୟ ଦିନରେ ଯୋଗଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲଥାନା ଅନ୍ତର୍ଗତରେ ବହୁ ଆଡ଼ମ୍ବର ସହକାରେ ପାଳନ ହୋଇଚାଳିଛି ବଡ଼ବିଲ ମହୋତ୍ସବ। ଏହି ଅବସରରେ ତୃତୀୟ ଦିନରେ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍। ଏହି ପରିପ୍ରେକ୍ଷୀରେ ସେ ବଡ଼ବିଲ କୀରିବୁରୁ ଛକ ଠାରେ ପହଞ୍ଚିବା ପରେ ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରଗୁପ୍ତ ପ୍ରାସାଦ ଓ କେନ୍ଦୁଝର ଜିଲ୍ଲା ସାଂସଦ ଙ୍କ ବଡ଼ବିଲ ପୌରାଞ୍ଚଳ ପ୍ରତିନିଧି ନୀଳମଣି ମହାନ୍ତ ଓ ଶତାଧିକ ସଂଖ୍ୟାରେ ବିଜେପି କର୍ମୀ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିବା ସହ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ପାଛୋଟି ନେଇ ଉତ୍ସବ ପଡିଆକୁ ନେଇଥିଲେ। ତାଙ୍କସହ ଚମ୍ପୁଆ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଏବଂ ଏହି ଅବସରରେ, କେନ୍ଦୁଝର ସାଂସଦଙ୍କ ବଡ଼ବିଲ ପୌରାଞ୍ଚଳ ପ୍ରତିନିଧି ନୀଳମଣି ମହାନ୍ତ, ଓ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ରାଜ୍ୟ ସଂଯାଯୋକ ଚନ୍ଦ୍ରଗୁପ୍ତ ପ୍ରାସାଦ , ସମାଜସେବୀ ବିଜୟ ମହାନ୍ତି ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଏବଂ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ, ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ପୌରଅଧିକାରୀ ରମେଶ ଚନ୍ଦ୍ର ନାୟକ, ବଡ଼ବିଲ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଗୁପ୍ତ ପ୍ରାସାଦ, ସମ୍ପାଦକ ନୀଳମଣି ମହାନ୍ତ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ଙ୍କୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ର ତାଳେ ତାଳେ ସ୍ବାଗତ କରି ମଞ୍ଚକୁ ପାଛୋଟି ନେଇଥିଲେ। ଏବଂ ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ବଡ଼ବିଲ ମହୋତ୍ସବ ପଡିଆ ଠାରେ ଲାଗିଥିବା ଅଞ୍ଚଳର ବିଭିନ୍ନ କଳାକୃତି ଓ ବିଭିନ୍ନ ସଂଗଠର ର ପ୍ରସ୍ତୁତି ସାମଗ୍ରୀ ସାଙ୍ଗକୁ ବଡ଼ବିଲ ବନଖଣ୍ଡ ବିଭାଗ ପକ୍ଷରୁ କରାଯାଇଥିବା ପ୍ରଦର୍ଶନୀ ଓ ବିଭିନ୍ନ ଖାଦ୍ୟସାମଗ୍ରୀ ଲୋକଙ୍କୁ ବେସ୍ ମନୋରଞ୍ଜନ କରିବାର ଖୋରାକ ଯୋଗାଇଥିବା ଦେଖିବାକୁ ମିଳିଥିଲା। ଓ ଏହାକୁ ସେମାନେ ଉପଭୋଗ କରିଥିଲେ। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବଡ଼ବିଲ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



