କଳାହାଣ୍ଡି ଜିଲ୍ଲା ବିଜେପି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି
ଭବାନୀପାଟଣା ,ନାରାୟଣ ନାୟକ,(ଜାଗତ ଭାରତ) କଳାହାଣ୍ଡି ଜିଲ୍ଲା ଭାଜପା ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ଵ ରେ ଭବାନୀପାଟଣା ସ୍ଥିତ ହୋଟେଲ ସୁରମ୍ୟା ଠାରେ ଭାଜପା ର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସାରଦା ଶତପଥି ଙ୍କ ସହ ଧର୍ମଗଡ ବିଧାୟକ ଶ୍ରୀ ସୁଧିର ରଞ୍ଜନ ପଟ୍ଟଯୋଶୀ ,ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା ,ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ,ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି ଙ୍କ ସହ ପ୍ରମୁଖ ଅନ୍ୟ ବରିଷ୍ଟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ,ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି ବୁଥ ସଶକ୍ତି କରଣ ,ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଆଜିବିକା ମିଶନ ଗ୍ରାମୀଣ ( VB G RAM G) ଯୋଜନା କୁ ତୃଣ ମୂଳ ସ୍ତର ରେ ପହଞ୍ଚାଇବା , ପ୍ରତ୍ୟକ ବୁଥ ରେ ମନ୍ କି ବାତ କାର୍ଯ୍ୟକ୍ରମ କରିବା ପାଇଁ ଓ ଆଗାମୀ ଦିନରେ କଳାହାଣ୍ଡି ସଙ୍ଗଠନ କୁ ଆହୁରି ଅଧିକ ଶକ୍ତିଶାଳୀ କରିବା ଉଦ୍ୟେଶ ରେ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବୋଧିତ କରିଥିଲେ ,କେନ୍ଦ୍ର ସରକାର ଆଣିଥିବା ଲୋକାଭିମୁଖୀ ବଜେଟ ର ସିଧା ପ୍ରସାରଣ ଭିଡିଓ ଜରୀୟା ରେ କାର୍ଯ୍ୟକର୍ତ୍ତା ଓ ନେତୃ ମଣ୍ଡଳୀ ଦେଖି ଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ କୃତଜ୍ଞତା ଜଣାଇ ଥିଲେ ଆଜିର ଏହି ଗୁରୁତ୍ଵ ପୂର୍ଣ୍ଣ ବୈଠକ ରେ ୪୧ ଜଣ ମଣ୍ଡଳ ସଭାପତି ଙ୍କ ସହ ମଣ୍ଡଳ ପ୍ରଭାରୀ ଓ ଜିଲ୍ଲା ପଦାଧିକାରୀ ତଥା ବରିଷ୍ଟ ନେତୃବୃନ୍ଦ ଓ ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ
ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା ମଞ୍ଚ ପରିଚାଳନା କରିଥିଲେ ଓ ହିମାଂଶୁ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।

June 1, 2026/
No Comments


