ଫୁଣ୍ଡା ଗ୍ରାମର ଆସହାୟ ବିଧବା ବୃଦ୍ଧା ଉକିଆ କୁ କେବେ ମିଲିବ ଭତ୍ତା ଓ ରାସନ କାର୍ଡ ଚାଉଳ,

ଗୋଲାମୁଣ୍ଡା/୧୮/୨/୨୬/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିରୀହ ଅସହାୟ ଅବସ୍ଥାରେ ଗତି କରୁଥିବା ଲୋକଙ୍କ ପ୍ରତି ସରକାରଙ୍କ ଯୋଜନା ରହିଛି ହେଲେ ସେହି ଯୋଜନାରେ ବାଦ ପଡ଼ିଛି ଏକ ଅସହାୟ ବିଧବା ବୃଦ୍ଧା ମହିଳା, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ଗ୍ରାମ ପଞ୍ଚାୟତର ଉକୀଆ ବାଗ, ସ୍ଵର୍ଗତ ସ୍ବାମୀ ଗଣା ଦୀପ ବାଗ, ବୟସ (୭୨) ଅଟେ, ତାଙ୍କର ଭୋଟର କାର୍ଡ କ୍ରମିକ ସଂଖ୍ୟା ୪୯୮ଓ UKD, ୧୮୦୧୦୮୩,ରହିଛି , ହେଲେ ଦୁର୍ଭାଗ୍ୟ ଯେ ଆଜି ପର୍ଯ୍ୟନ୍ତ ବୃଦ୍ଧା ମହିଳା ଙ୍କୁ ଭତ୍ତା ଓ ରାସନ ଚାଉଳ ମିଳିବା ଅସମ୍ଭବ ହୋଇଛି, ଯାହା ଫଳରେ ବର୍ଷ ବର୍ଷ ଧରି ବୃଦ୍ଧା ମହିଳା ଭିକ ମାଗି ମାଗି ନିଜର ଜିବନ ବଞ୍ଚାଉଛନ୍ତି, ଗତ ୨୦୨୫ ମସିହାରେ ମଧ୍ୟ ବିଗତ ଦିନର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା ଙ୍କୁ ଜଣାଇ ଥିଲେ ମଧ୍ୟ ବୃଦ୍ଧା ଙ୍କୁ ଭତା ନା ରାସନ କାର୍ଡ ଚାଉଳ ମିଳିବା ଅସମ୍ଭବ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ ପାଇଛି, ତାଙ୍କର, ସ୍ବାମୀ,ପୁଅ, ମୃତ୍ୟୁ ହୋଇ ଥିବା ବେଳେ ପଞ୍ଚାୟତ ଅଧିନରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ବୃଦ୍ଧା ଭିକ ମାଗି ଜୀବନ ଅତିବାହିତ କରିବା ଏକ ଦୁଃଖଦ ପରିଣାମ ମିଳିଛି ବୋଲି କେତେକ ବ୍ୟକ୍ତି ଗଣ ମାଧ୍ୟମ ନିକଟରେ ଗୋଷ୍ଠି ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ ଓ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କୁ ଅନୁରୋଧ କରିଛନ୍ତି,ଏହାର ସୁବ୍ୟବସ୍ଥାପ୍ରଶାସନ କରିବାର ଦେଖିବା କୁ ବାକି ରହିଲା
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



