Big breking
ମର୍ମନ୍ଦୂନ୍ତ ସଡ଼କ ଦୁର୍ଘଟଣାରେ ଗର୍ଭବତୀ ମହିଳାମୃତ ସ୍ବାମୀ ଆହତ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଯୋଡ଼ା ମୁଖ୍ୟ ରାସ୍ତା ଭୂସୁଙ୍ଗା ନିକଟରେ ମର୍ମଦୁନ୍ତ ସଡ଼କଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଆହତ ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ ସ୍ବାମୀ ଓ ସ୍ତ୍ରୀ ଏକ ମୋଟର ସାଇକେଲ ଯୋଡ଼ା ଡ଼ାକ୍ତର ଖାନକୁ ସ୍ତ୍ରୀ ଗର୍ଭବତୀ ଥିବାରୁ ଚିକିତ୍ସା ପାଇଁ ଯାଇ ଏକ ମୋଟର ସାଇକେଲ ଯୋଗେ ଯୋଡା ମେଡିକାଲରୁ ବଡ଼ବିଲ ଅଭିମୁଖେ ଆସୁଥିବା ବେଳେ ରାଜ୍ୟ ରାଜପଥ ଭାଦ୍ରାସାହି ନିକଟସ୍ତ ଭୂଷୁଙ୍ଗା ନିକଟରେ ଏକ ହାୱା ତାଙ୍କୁ ପଛପଟୁ ଧକ୍କା ଦେଇ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡରେ ଚକା ଚଢ଼ି ଯିବାରୁ ଘଟଣାସ୍ଥଳରେ ସ୍ତ୍ରୀ ଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଆହତ ହୋଇଛନ୍ତି, ଖବର ପାଇ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ମହିଳା ଓ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଦ୍ବାରା ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା। ମୃତକ ମହିଳା ଜଣକ ହେଲେ ମଧୁସ୍ମିତା ମହାନ୍ତ ଓ ତାଙ୍କ ଆହତ ସ୍ବାମୀ ମନୋରଞ୍ଜନ ମହାନ୍ତ ହୋଇଥିବା ନେଇ ସୂଚନା
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



