ଚମ୍ପୁଆ ରେଞ୍ଜରୁ ୨୬ଟିକିଆ ହାତୀପଲ ଝାଡ଼ଖଣ୍ଡ ଅଞ୍ଚଳକୁ ଫେରିଲେ।

ଚମ୍ପୁଆ ରେଞ୍ଜରୁ ୨୬ଟିକିଆ ହାତୀପଲ ଝାଡ଼ଖଣ୍ଡ ମୁହାଁ।ଆଜି ସକାଳୁ ୨୬ ଟିକିଏ ହାତୀପଲ ଚମ୍ପୁଆ ରେଞ୍ଜର ଯାମୁଦଲକ ମଙ୍ଗଳପୁର ରାସ୍ତା ଅତିକ୍ରମକରି ଆଜି ସକାଳୁ ବୈତରଣୀ ନଦୀ ପାରକରି ଝାଡ଼ଖଣ୍ଡକୁ ଚାଲିଯାଇଛନ୍ତି। ଦୀର୍ଘ ଦିନ ହେବ ଏହି ହାତୀ ପଲ ଚମ୍ପୁଆ ରେଞ୍ଜର ଚମ୍ପୁଆ, ଉଖୁଣ୍ଡା ସେକ୍ସନରେ ଉତ୍ପାତ ଜାରିରଖି ବ୍ୟାପକ କ୍ଷୟକ୍ଷତି କରୁଥିଲେ। ଏହି ହାତୀ ପଲ ବିଶେଷ କରି ଚମ୍ପୁଆ ରେଞ୍ଜ ର କାଟୁଳିକନା, ସରେଇ,ଟୁଣଟୁଣା, ପତଳା, ରଜିଆ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀ ପଲକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ବନବିଭାଗର ବ୍ୟାପକ ପଦକ୍ଷେପ ସତ୍ବେ ହାତୀପଲ ଚମ୍ପୁଆ ଅଞ୍ଚଳଛାଡି ଛାଡ଼ି ଯାଉନଥିବାରୁ ବନବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲେ। ତେବେ ଗତରାତି ଏହି ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ ବାହାରି ଯାମୁଦଲକ ଗ୍ରାମ ମଧ୍ୟଦେଇ ମଙ୍ଗଳପୁର ଙ୍କକଡାପାଟ ମଧ୍ୟ ଦେଇ ବୈତରଣୀନଦୀ ପାର ହେଇ ଝାଡ଼ଖଣ୍ଡ ପ୍ରାନ୍ତକୁ ଚାଲିଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



