ବଡ଼ବିଲ ପୌରାଞ୍ଚଳରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହୋଇଯାଇଛି।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ତଥା ବଡ଼ବିଲ ପୌରାଞ୍ଚଳରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ଏହୀ ଏହି ଅବସରରେ ବଡ଼ବିଲ ମହିଲ ସମିତି ପକ୍ଷରୁ ବଡ଼ବିଲ ପୌରାଞ୍ଚଳ ସ୍ଥିତ ବଦବିଲ ବିକାଶମହଲ ପ୍ରାଙ୍ଗଣରୁ ଅଞ୍ଚଳର ବିଭିନ୍ନ ସଙ୍ଗଠନ ର ମହିଳାଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ବାହାରି ସମଗ୍ର ବଡ଼ବିଲ ପରିକ୍ରମା କରି ବଡ଼ବିଲ ୱାର୍ଡ଼ ନମ୍ୱର୍ ଚାରି ସ୍ଥିତ ବଡ଼ବିଲ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲା। ସେଠାରେ ପହଞ୍ଚିବା ପରେ ଜଗତର ନାଥ ମହାପ୍ରଭୂ ଜଗନ୍ନାଥଙ୍କ ନିକଟରେ ଦ୍ଵିପ ପ୍ରଜ୍ବଳନ କରି ସଭା କାର୍ଯ୍ୟର ଶୁଭାରମ୍ଭ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଡ଼ବିଲ ଅଞ୍ଚଳର ପଦାଧିକାରୀ ମାନେ ଅଂଶ ଗ୍ରହଣ କରି ଆଜିର ମହିଳା ଦିବସ ପାଳନ ର ମହତ୍ୱତା ଉପରେ ଆଲୋକ ପାତ କରିବା ସହ କିପରି ଆଜିର ସମାଜରେ ମହିଳା ମାନେ ସମସ୍ତ କ୍ଷେତ୍ରରେ ପୁରୁଷ ମାନଙ୍କ ସହ ସମସ୍ର କ୍ଷେତ୍ରରେ ସମାସ୍କନ୍ଦ ହୋଇପାରିଛନ୍ତି ତା ଉପରେ ଆଲୋକ ପାତ କରିଥିଲେ,ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡିଏମଏଫ୍ ର ସିଇଓ ରୀନା ପ୍ରଧାନ ଯୋଗଦେଇଥିବା ବେଳେ ବଡ଼ବିଲ ପୌରନିର୍ବାହି ଅଧିକାରୀ ଅଶୋକ କୁମାର ନାୟକ, ଭାରତୀୟ ଜନତା ପାର୍ଟିର ଓବିଶି ମୋର୍ଚ୍ଚା ରାଜ୍ୟ ସଂଯୋଜୋକ ଚନ୍ଦ୍ରଗୁପ୍ତ ପ୍ରସାଦ, ବଦବିଲ୍ ରେଞ୍ଜର ସଞ୍ଜୀବ କୁମାର ରାଉତ ଙ୍କ ସହ ତିନୋଟି ମହିଳା ସମିତିର ସଦସ୍ୟ ଓ ବଡ଼ବିଲ ଅଞ୍ଚଳର ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



