୧୬ଚକିଆ ଚୋରା କୋଇଲା ବୋଝେଇ ଟ୍ରକ ଜବତ ଚାଳକ ଗିରଫ
଼ତାଳଚେର, ୧୮/୦୩ ଗତକାଲି ତାଳଚେର ପୋଲିସ ରାତ୍ରୀ ପାଟ୍ରୋଲିଙ୍ଗ କରୁଥିଲେ ଏହି ସମୟରେ ଏକ ବିଶେଷ ସୂତରୁ ଖବରପାଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବେଆଇନ କୋଇଲା ଚାଲାଣ କରୁଥିବା ତାଳବେଡ଼ା ଗ୍ରାମ ଛକ ନିକଟରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୧୬ଚକିଆ ଟ୍ରକ ନଂ- ଓଡ଼ି ୧୯ ଡ଼ବ୍ଲୁ-୩୧୩୩କୁ ଅଟକ ରଖାଯାଇ ଚାଳକ ମନୋଜ ସେନାପତିକୁ ଲୋଡ଼ ଥିବା ପ୍ରାୟ ୩୦ଟନ କୋଇଲାର କାଗଜପତ୍ର ଦେଖାଇବାକୁ କହିବାରୁ ସେ ଦେଖାଇ ପାରିନଥିଲେ । ସେ ଯୋଡ଼ା କୋଇଲା ଖଣିରୁ ଚୋରା କୋଇଲା ନେଇ ବାଲେଶ୍ୱର ଆଡ଼କୁ ଯାଉଛି ବୋଲି କହିଥିଲା । ତେଣୁ ସେହି ଚୋରା କୋଇଲା ବୋଝେଇ ଟ୍ରକକୁ ଚାଳକଙ୍କ ଠାରୁ ଜବତ କରାଯାଇ ଉପରୋକ୍ତ ମକଦ୍ଦମା ରୁଜୁ କରାଯାଇଛି । ଏହି ଚୋରା କୋଇଲା ଚାଲାଣରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନଙ୍କ ବିଷୟରେ ତଦନ୍ତ ଚାଲୁ ରହିଛି । ଗାଡ଼ି ଚାଳକ ମନୋଜ ସେନାପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି ।



