୬୮.୬୨ ଲିଟର ନକଲି ବିଦେଶୀ ମଦ ଜବତ କାର ସହ ୧ଗିରଫ
ତାଳଚେର, ୧୮/୦୩ ଗତକାଲି ତାଳଚେର ପୋଲିସ ରାତ୍ରୀ ପାଟ୍ରୋଲିଙ୍ଗ କରୁଥିଲେ ଏହି ସମୟରେ ଏକ ବିଶେଷ ସୂତରୁ ଖବରପାଇ ତାଳଚେର ଅନ୍ତର୍ଗତ ଚାଳିଆକୁଟ୍ଟା ଠାରେ ତାଳଚେର ପୋଲିସ୍ ସହ ଅନୁଗୋଳ ସ୍କ୍ୱାର୍ଡ଼ ମିଳିତ ଚଢ଼ାଉରେ ଏକ ମାରୁତି କାର ନଂ- ଓଡ଼ି ୧୪-୯୯୪୪କୁ ଅଟକାଇ ପଚରା ଉଚରା ଓ ଯାଂଚ କରିବା ସମୟରେ କାରର ଡ଼ିକିରେ ନକଲି ବିଦେଶୀ ମଦ ୩୭୮ଗୋଟି ବୋତଲ ପ୍ରତ୍ୟେକ ବୋତଲରେ ୧୮୦ ଏମଏଲ ଲେଖାଁଏ ମଦ ରହିଥିବା ଦେଖିବାକୁ ପାଇଥିଲେ । କାରର ଚାଳକ ସାମନ୍ତ ବାରିକ (୩୬)କୁ ଗିରଫ କରିବା ସହ କାର ଓ ମଦକୁ ପୋଲିସ୍ ଜବତ କରିଥିବା ଥାନା ସୂତ୍ରରୁ ଜଣାପଡ଼ିଛି । ଏହି ଚଢ଼ାଉ ବେଳେ ସତ୍ୟବ୍ରତ ରାଉତ, ବିମଳା ଗଚ୍ଛାୟତ, ରଞ୍ଜିତ କୁଅଁର, ରୋହିତ ରଞ୍ଜନ ବିଶ୍ୱାଳ, ମଳୟ ଦାସ ଏବଂ ଅନୁଗୋଳ ସ୍କ୍ୱାର୍ଡ଼ ସାମିଲଥିଲେ ।



