ମା’ ସମଲେଶ୍ବରୀ ଓ ଶିବମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମ୍ପନ୍ନ

ଭଟଲି (ଅଭିମନ୍ୟୁ ): ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ପାଞ୍ଚଦିନ ଧରି ଚାଲିଥିବା ମା’ ସମଲେଶ୍ବରୀ ଓ ଶିବମନ୍ଦିର ପ୍ରତିଷ୍ଠା ମହୋତ୍ସବ ରବିବାର ପୂର୍ଣ୍ଣାହୁତି ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଷୋଡ଼ଶ ସ୍ତମ୍ଭପୂଜା, ଷୋଡ଼ଶ ଉପଚାର ର ପୂଜା, ପୂଜା, ଧାନ୍ୟାଭିଷେକ, ଦେବସ୍ନାନ, ଜୀବନ୍ୟାସ, ଚଣ୍ଡିହୋମ, ସିଂହାସନ ପ୍ରତିଷ୍ଠା, ହୋମ, ଧ୍ଵଜକଳସ ରୋହଣ, ଅଷ୍ଟାଶିଳା ସ୍ଥାପନ, ବିଗ୍ରହ ପ୍ରବେଶ ଏବଂ ପୂର୍ଣ୍ଣାହୁତି ହୋଇଥିଲା । ପଣ୍ଡିତ ଶୁକଦେବ ତ୍ରିପାଠୀଙ୍କ ପୌରହିତ୍ୟରେ ପଣ୍ଡିତ ବାଚସ୍ପତି ରଥ, ପଞ୍ଚମ ପୁରୋହିତ, ଅବିନାଶ ରଥ, ସୁବୋଧ ମହାପାତ୍ର, ଶୁଭେନ୍ଦୁ ଆଚାର୍ଯ୍ୟ, ସଂସାର ପଣ୍ଡା, ଆକାଶ ଷଡ଼ଙ୍ଗୀ, ନୀତୀଶ ଶତପଥୀ, ବଣ୍ଟି ଦାଶ, ପ୍ରଶାନ୍ତ ମହାପାତ୍ର ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ପୂଜାରେ ପ୍ରହଲ୍ଲାଦ ନାୟକ ଓ ପିଙ୍କି ନାୟକ, ଲେନିନ ଶତପଥୀ ଓ ନଳିନା ଶତପଥୀ, ନୈକେଶ୍ବର ସାହୁ ଓ ପଦ୍ମିନୀ ସାହୁ, ମୁନିଲ ପଧାନ ଓ ସୀମା ପଧାନ, ଭକ୍ତବନ୍ଧୁ ମିଶ୍ର ଓ ମମତା ମିଶ୍ର, ଗୌର ପ୍ରଧାନ ଓ ଆରତୀ ପ୍ରଧାନ, ଫଗନୁ ବାରିକ ଓ ସୁନିତା ବାରିକ, ଡୋଳାମଣି ନାୟକ ଓ ଜୟନ୍ତୀ ନାୟକ, ଆନନ୍ଦ ବାରିକ ଓ ଆହଲ୍ୟା ବାରିକ, ରୋହିତ ସାହୁ ଓ ରଞ୍ଜିତା ସାହୁ କର୍ଷା ଦାୟିତ୍ଵ ତୁଲାଇଥିଲେ।

ଶୁକ୍ରବାର ଭଟଲି ଗ୍ରାମବାସୀଙ୍କ ପକ୍ଷରୁ ମାଉସୀମା’ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ ମହିଳା ଓ ଗ୍ରାମବାସୀ ଛପନଭୋଗ ଏବଂ ଜୁଗାର ନେଇ ଗ୍ରାମ ପରିକ୍ରମା ସହିତ ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ। ଏହି ଅବସରରେ ଗୋପାଳପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ 1993 ବେଞ୍ଚ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସମସ୍ତଙ୍କ ପାଇଁ ପିଇବା ପାଣି, ଦହି ପାଣି, ଜଳାଜିରା ପାଣି ରବ୍ୟବସ୍ତା କରାଯାଇଥିଲା l

ଆୟୋଜିତ ମହିଷାସୁର ଦରବାରରେ ପ୍ରତ୍ୟହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଟ୍ୟାଭିନୟ ତଥା ବିଭିନ୍ନ ସ୍ଥାନ ରେ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା l ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରତ୍ୟହ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା।




