ଢେଙ୍କାନାଳ ପାଇଁ ସ୍ୱର୍ଣ୍ଣ ଆଣିଲେ କୀର୍ତ୍ତିରାଣୀ
ଗତ ମାର୍ଚ୍ଚ ୨୬ ରୁ ୨୯ ପର୍ଯ୍ୟନ୍ତ ଅସ୍ମିତା ଖେଲୋ ଇଣ୍ଡିଆ ନେସନାଲ୍ କିକ୍ ବକ୍ସିଂ ଲିଗ୍ ତାମିଲନାଡୁ , ର ବିନାୟକ ମିସନ୍ ଚେନ୍ନାଇ କ୍ୟାମ୍ପସ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତା ରେ ସମସ୍ତ ରାଜ୍ୟ ର ୬୦୦ ରୁ ଊର୍ଦ୍ଧ୍ୱ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ।
ଏହି ପ୍ରତିଯୋଗିତରେ ଓଡ଼ିଶା ର ମୋଟ୍ ୨୪ ଜଣ ପ୍ରତଯୋଗି ଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ର ୦୬ ଜଣ ମହିଳା ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ।
ସେମାନଙ୍କ ମଧ୍ୟରୁ ଏକ ମାତ୍ର ଖେଳାଳୀ ଭାବେ ଉଲ୍ଲେଖେନୀୟ ପ୍ରଦର୍ଶନ କରି ଫାଇନାଲ ପ୍ରତିଯୋଗିତାରେ ପଞ୍ଜାବ ର ପ୍ରତିଯୋଗି କୁ ୧୨/୦୨ ପଏଣ୍ଟ ରେ ନୋକ୍ଆଉଟ୍ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଏହି ପ୍ରତିଯୋଗିତା ରେ କୀର୍ତ୍ତିରାଣୀ ସାହୁ ଙ୍କ ପ୍ରଦର୍ଶନ ଉଚ୍ଚକୋଟି ର ଥିଲା ।
ଏହି ପ୍ରତିଯୋଗିତା ପାଇଁ ସେ କଠିନ ପରିଶ୍ରମ କରି ଢେଙ୍କାନାଳ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ଏହି ଅବସର ରେ ଅର୍ମେଚର କିକ୍ ବକ୍ସିଂ ଆସୋସିଏସନ୍ ଅଫ ଓଡିଶା ର ସଭାପତି କାର୍ତ୍ତିକ ଡାକୁଆ, ସମ୍ପାଦକ ବିଚିତ୍ର ନାରାୟଣ ଜେନା,ଢ଼େଙ୍କାନାଳ କ୍ରୀଡା ଅଧିକାରୀ ଦୟାନିଧି ପାତ୍ର ଏବଂ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସମସ୍ତ ସଦସ୍ୟ ଓ କୋଚିଙ୍ଗ କମିଟି ଖେଳାଳି ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।



