ଇଟା ମାଫିଆ ଓ ତହସିଲଦାର ଙ୍କ *ମଧୁଚନ୍ଦ୍ରିକା ଯୋଗୁଁ ସଂକଟରେ ** ବ୍ରାହ୍ମଣି ନଦୀ କୁଳ ଅଂଚଳ ବାସି ,*

ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ତହସିଲ ଅଧୀନରେ ଥିବା ସୁସୁବା ଗ୍ରାମପଞ୍ଚାୟତର ଭାଲିଆବେଡା, ପୋଡାଗଡ଼, ଓ ଗଣ୍ଡମାଳା ଗ୍ରାମର ବ୍ରାହ୍ମଣୀ ନଦୀକୂଳରେ ବେଆଇନ ଭାବେ ଅନେକ ମାଟି ଇଟାଭାଟି ଗଢ଼ାଚାଲିଛି l କଣିହାଁ ତହସିଲଦାର ନୀରବଦ୍ରଷ୍ଟା ସାଜିଛନ୍ତି l ବେଆଇନ ଭାବେ ଗଢି ଉଠୁଛି ମାଟି ଇଟା ଭାଟି ବେପାର l ମାଟି ମାଫିଆମାନେ କାହା ଛତ୍ରଛାୟା ତଳେ ରହି ବ୍ରାହ୍ମଣୀ ନଦୀକୂଳ ମାଟି କୁ ବିକି ଖାଉଛନ୍ତି, ତାହା ସନ୍ଦେହ ଘେରରେ,ମାଟି ଇଟା ବେଆଇନ,, ସରକାରଙ୍କ ଦ୍ୱାରା ନିଷିଦ୍ଧ ଥିଲେ ସୁଦ୍ଧା ତହସିଲଦାରଙ୍କ ଜ୍ଞାତସାରରେ ଚାଲିଥିବା ଲୋକମାନେ ଅଭିଯୋଗ କରୁଛନ୍ତି l ଜନସାଧାରଣଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ଇଟାମାଫିଆମାନେ ନଦୀକୂଳ ମାଟିକୁ ଇଟା ଗଢିବାରୁ ମାଟି ଅବକ୍ଷୟ ଯୋଗୁଁ ନଦୀପାଣି ଲୋକଙ୍କ ଜମିକିଆରୀରେ ପଶି ଧନଜୀବନ ନଷ୍ଟ ହେଉଛି l ଏଣୁ ତୁରନ୍ତ ଉକ୍ତ ବେଆଇନ ଇଟାଭାଟିକୁ ଜବତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l



