“ଅବସର କାଳୀନ ସମ୍ବର୍ଦ୍ଧନା ସଭା”
ବରଗଡ:୦୩/୦୪( ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁର୍ଖାପାଲି ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଯାଜ୍ଞସେନୀ ନାଏକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମେନ ଦୁଆରୁ ଦରଦିଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମନିତ ଅତିଥି ରୂପେ ମଞ୍ଚାସୀନ ଥିଲେ ଝିଲିମିଣ୍ଡା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ମଞ୍ଜୁଲତା ବଢ଼େଇ,ଅବସର ପ୍ରାପ୍ତ ଶିକ୍ଷକ ସଂଘ ଅତାବିରାର ସଭାପତି ନିଶିକାନ୍ତ ପଣ୍ଡା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ର ପୂର୍ବତନ ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକ,ବୁଗବୁଗା ସି.ଆର୍.ସି.ସି. ନନ୍ଦିଘୋଷ ଭୁଏ, ଝିଲିମିଣ୍ଡା ସି.ଆର୍.ସି.ସି ଧରମ ନାଏକ ,ପ୍ରଧାନ ଶିକ୍ଷକ ସରୋଜ ଆଚାର୍ଯ୍ୟ । ଶ୍ରୀମତୀ ଯାଜ୍ଞସେନୀ ନାଏକ ମହାଶୟା ଏହି ବିଦ୍ୟାଳୟରେ ୧୯୯୮ ମସିହାରୁ ଯୋଗଦାନ କରି ଦୀର୍ଘ ୨୮ ବର୍ଷ ଶିକ୍ଷାଦାନ କରି ଆସୁଥିଲେ । ଗତ ୩୧-୦୩-୨୦୨୬ ରିଖ ଦିନ ସେ ତାଙ୍କ କର୍ମମୟ ଜୀବନରୁ ଅବସର ନେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ଲିକି ବଢ଼େଇ । ଧନ୍ଯବାଦ ଅର୍ପଣ କରିଥିଲେ ଶିକ୍ଷକ ତ୍ରିଲୋଚନ ଖମାରୀ । ଏଥିରେ ଝିଲିମିଣ୍ଡା କ୍ଲଷ୍ଟର ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକର ସି.ଆର୍.ସି.ସି. ଯୋଗଦାନ କରିଥିଲେ । ଶେଷରେ ଏକ ଶୋଭଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ,ପୁରାତନ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ।

April 7, 2026/
No Comments


