ମାନଝରୀ ପଞ୍ଚାୟତ କୁ ଏକ ଆଦର୍ଶ ପଞ୍ଚାୟତରୁପେ ପରିଗଣିତ କରିବା ମୋର ଲକ୍ଷ୍ୟ, ସରପଞ୍ଚ

ଗୋଲାମୁଣ୍ଡା ବ୍ଲକ୍ ରେ ମାନଝରୀ ଗ୍ରାମପଞ୍ଚାୟତ କୁ ଆଦର୍ଶ ପଞ୍ଚାୟତ ରୂପେ ଗଢ଼ିତୋଲିବା ମୋର ଲକ୍ଷ୍ୟ, ସରପଞ୍ଚ ଶ୍ରୀ ଜଗ ଜିବନ ଅଘରୀ ପଞ୍ଚାୟ ପୂର୍ବରୁ ପଛୁଆ ବହୁ ଅବହେଳିତ ଅବସ୍ଥାରେ ଥିଲା କିପରି ଆମ ପଞ୍ଚାୟତ କୁ ଅଗ୍ରଣୀ ପଞ୍ଚାୟତ ରୂପର ଗଡି ତୋଳିବା ପାଇଁ ପ୍ରୟାସ କରିଥିଲି । ଏହି ସମୟରେ ପଞ୍ଚାୟତ ନିର୍ବାଚନ ହେଲା ମୁଁ ସରପଞ୍ଚ ରୂପରେ ନିର୍ବାଚ଼ନ ରେ ପ୍ରାର୍ଥୀ ହୋଇ ଭୋଟର ଭାଇ ଭଉଣୀମାନଙ୍କୁ ପ୍ରତିଶୃତି ଦେଇଥିଲି ମୁଁ ବିଜୟୀ ହେଲେ ଆମ ଗ୍ରାମପଞ୍ଚାୟତ ସମସ୍ତ ସମସ୍ୟାକୁ ଦୂର କରିବା ସହ ଅଗ୍ରଣୀ ପଞ୍ଚାୟତ ରୂପରେ ଗଡ଼ି ତୋଲିବା ମୁଁ ଜନସାଧାରଣଙ୍କ ଦ୍ୱାରା ବିଜୟୀ ହେଲି ସେ ଦିନଠାରୁ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ସବୁ ସମୟରେ ଗୁରୁତ୍ୱ ଦେଇ ସମାଧାନ କରିଆସୁଛ ବିଶେଷ କରି ରାସ୍ତା ଘାଟ, ଶିକ୍ଷା ସ୍ୱାସ୍ଥ୍ୟ ମୁଁ ପ୍ରାଧାନ୍ୟ ଦେଇ ଆସିଛି । ପଞ୍ଚାୟତ ବାସୀ ସାଙ୍ଗକୁ ବିଭିନ୍ନ ୱାତ ସଭ୍ୟ ସଭ୍ୟା ଏବଂ ସମିତି ସଭ୍ୟ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏଣୁ ମୁଁ ଆଶାବାଦୀ ସରକାରଙ୍କ ଦ୍ୱାରା ପ୍ରଚ଼ଳନ ସମସ୍ତ ଯୋଜନାକୁ ପ୍ରକୃତ ହିତାଧିକାରୀମାନେ ପାଇବାରେ ବଞ୍ଚିତ ନ ହେବେ ସେଥିପ୍ରତି ମୁଁ ସବୁ ସମୟରେ ସଜାଗ ରହିଥାଏ ମୋର ସଂକଳ୍ପ ମୋର ପଞ୍ଚାୟତ କିପରି ଆଦର୍ଶ ପଞ୍ଚାୟତ ହୋଇ ଆଗାମୀ ଦିନ ପାଇଁ ଏକ ଉଦାହରଣ ସୃଷ୍ଟି କରିବ।
ଧର୍ମଗଡ଼ ,ଧବଳେଶ୍ୱର ରଣା ଙ୍କ ରିପୋର୍ଟ (ଜାଗ୍ରତ ଭାରତ )



