ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ବୈଶାଖ ମାସର ବରୁଥିନୀ ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର,ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ , ମଧ୍ୟାହ୍ନ ରେ ଅର୍ଣ୍ଣଧୁପ ,ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ପରେ ଏକାଦଶୀ ବେଢା ମହାଦୀପ ମନ୍ଦିର ଉପରକୁ ଉଠିବ ଓ ମନ୍ଦିର ପହଡ଼ ପଡିବ। ପୂଜକ ମନସୁମନ ମିଶ୍ର ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା , ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ଆଜି ବୈଶାଖ ମାସର ବରୁଥିନୀ ଏକାଦଶୀ ନୀତି ପାଳିତ ହୋଇଥଲା।

April 19, 2026/
No Comments


