ବହୁ ଚର୍ଚ୍ଚିତ ଶିବରାମ ପଲେଇ ଚେକ୍ ବାଉନ୍ସ କେସର ରାୟ ପ୍ରକାଶ ତାଳଚେର – ୦୨-୦୫ ଆଜି ତାଳଚେରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନସ୍ ଜଜ୍ ଶ୍ରୀ ସତ୍ୟନାରାୟଣ କରଙ୍କ ଅଦାଲତରେ କ୍ରିମିନାଲ ଓପିଲ ନମ୍ୱର ୧୧/୨୦୨୪ ର ଯୁଗାନ୍ତ କାରି ରାୟ ପ୍ରକାଶ ପାଇଛି। ଏଥିରେ ଶିବରାମ ପଲେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରକାଶ ଥାଉକି ନିମ୍ନ ଅଦାଲତJMFC (CT) ତାଳଚେର ପୂର୍ବରୁ 1cc 1/୨୦୨୨ରେ ଦେଇଥିବା ରାୟ ଯଥା ୧ବର୍ଷ କାରାଦଣ୍ଡ ୩୧ ଲକ୍ଷ ଚେକ୍ ବାଉନ୍ସ ବାବଦକୁ ଓ ଜୋରମାନା ରାଶି ୯ ଲକ୍ଷ ମିଶାଇ ସମୁଦାୟ ୪୦ ଲକ୍ଷ ଅନୁକମ୍ପା ରାଶି ଅନାଦେୟ ୩ମାସ କାରାଦଣ୍ଡ ଏହି ରାୟକୁ ମାନ୍ୟବର ADJ ତାଳଚେର କୋର୍ଟ କାୟମ୍ ରଖିଛନ୍ତି। ଶିବରାମ ପଲେଇ ଜଣେ ସରକାରୀ ସ୍କୁଲ୍ ରେ ଶିକ୍ଷକ ହୋଇମଧ୍ୟ ମଧ୍ଯ ଏହି ବ୍ୟବସାୟରେ କେମିତି ଲିପ୍ତ ଥିଲେ ତାହା ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଛି ଶିବରାମ ପଲେଇ ,ସୁଦାମ ପଲେଇଙ୍କୁ କୋଇଲା ବ୍ୟବସାୟ ଦେଇଥିବା ୩୧ ଲକ୍ଷ ଟଙ୍କା ଚେକ ଏଵଂ ଜୋରିମାନା ବାବଦ କୁ ୯ ଲକ୍ଷ ଟଙ୍କା ସମୁଦାୟ ୪୦ ଲକ୍ଷ ଟଙ୍କା (ଅନାଦେୟ) ୩ମାସ କାରାଦଣ୍ଡ ଦେବାକୁ ମାନ୍ୟବର ADJ ତାଳଚେର ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଏଥିସହିତ JMFC (ସିଟି) ତାଳଚେର ଅଦାଲତଙ୍କ କେସ ନଂ 1cc01/22 ତାଳଚେରଙ୍କ ଅଦାଲତ ରାୟକୁ କାୟମ ରଖିଛନ୍ତି । ସୁଦାମ ପଲେଇଙ୍କ ପକ୍ଷରୁ ତାଳଚେର କୋର୍ଟ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁଧିର ରଞ୍ଜନ ସ୍ୱାଇଁ ଏବଂ ଦିନବନ୍ଧୁ ସାହୁ ଉପରୁକ୍ତ କେସକୁ ପରିଚାଳନ କରୁଥିଲେ



