ସୋଇଥିବା ଅବସ୍ଥାରେ କାମୁଡ଼ିଲା ସାପ,ଚିକିତ୍ସା ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ଗ୍ରାମର ହେମନ୍ତ ଗିରିଙ୍କ ସ୍ତ୍ରୀ ଗୋଲାପ ଗିରି ରାତିରେ ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପ କାମୁଡି ଦେଇଥିଲା ।ଗୋଲାପ କାହାରିକୁ ନଜଣାଇ ଶୋଇପଡ଼ିଥିଲେ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେତେବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଯାଇଥିବା ନେଇ ସୂଚନା । ତେବେ ଗୋଲାପଙ୍କ ସ୍ଵାମି ପ୍ରାୟ ୧୫ବର୍ଷ ହେବ ଘରୁ କୁଆଡେ ଚାଲଯାଇଛନ୍ତି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




