ତାଳଚେର ଜଗନ୍ନାଥ ମନ୍ଦିରରେ ଚନ୍ଦନଯାତ୍ରା଼
ତାଳଚେର,୧୨/୦୫ ତାଳଚେର ଜଗତରନାଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପ୍ରଭୂଙ୍କୁର ଚନ୍ଦନଯାତ୍ରା ତଥା ଚାପଖେଳ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ୨୧ଦିନ ଧରି ଠାକୁରଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ତାଳଚେରର ଇଷ୍ଟଦେବ ମଦନମୋହନ ରଧାକୃଷ୍ଣଙ୍କ ଯୁଗଳମୂର୍ତିକୁ ଏକ ସୁସଜ୍ଜିତ ବିରାଟ ପଟ୍ଟୁଆରରେ ବିମାନରେ ବସାଇ ଭଜନ, କୀର୍ତିନ କରିବା ସହ ପ୍ରଭୂଙ୍କ ମନ୍ଦିର ସମ୍ମୁଖ ଦେଇ ବୋହି ଯାଇଥିବା ଚିରୋସ୍ରୋତା ବ୍ରାହ୍ମଣୀ ନଦୀରେ ଏକ ସୁସଜ୍ଜିତ ଡ଼ଙ୍ଗାରେ ଚାପଖେଳ ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କ ଏହି ଚାପଖେଳ ସମୟରେ ନଦୀକୂଳରେ ଶହଶହ ଭକ୍ତଙ୍କ ସହିତ ରଙ୍ଗୀନ ଆଲୋକମାଳା ଓ ହରିବୋଲ ହୂଳହୂଳିରେ ଅଂଚଳଟି ଏକ ଆଧ୍ୟାତ୍ମିକ ପରିବେଶ ସୃ୍େଟି କରିଥିଲା । ଏହି ଉଦଯାପନୀ ସନ୍ଧ୍ୟାରେ ପ୍ରଭୂଙ୍କର ପ୍ର୍ରିୟ ପ୍ରସାଦ ଲାଗି ହୋଇଥିଲା । ଚନ୍ଦନଚାପ ସାରି ଭକ୍ତମାନେ ଏକ ବିରାଟ ପଟ୍ଟୁଆରରେ ବଡ଼ଦାଣ୍ଡ ସାହି ସ୍ଥିତ ମଦନମୋହନ ଯୁଗଳମୂର୍ତିକୁ ବିମାନରେ ବସାଇ ଭଜନକୀର୍ତନ କରି ମନ୍ଦିରରେ ପଂହଚିଥିଲେ । ମନ୍ଦିର ପୂଜକ ଓ ରାଜପୁରୋହିତ ପୂଜାବିଧି କରିଥିଲେ । ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ଆୟୋଜନ କରାଯାଇଥିଲା ।



