୧୨ଶହ ଲିଟର ଡ଼ିଜେଲ ଜବତ ୮ଗିରଫ
ତାଳଚେର, ୧୩/୦୫ ତାଳଚେର ଲିଙ୍ଗରାଜ କୋଇଲା ଖଣି ରେଲୱେ ସାଇଡ଼ିଙ୍ଗରେ ଏନଟିପିସିକୁ ଟ୍ରେନ ଯୋଗେ କୋଇଲା ବୋଝେଇ କରୁଥିବ ବେଳେ ୮ଜଣ ଦୃର୍ବୁତ ଲୋକ ପାଇଲଟ ରେହମାନ ଖାନ ଓ ପ୍ରିତିଭୂଷଣ ସାହୁଙ୍କୁ ଆକ୍ରମଣ କରି ଟ୍ରେନରୁ ପ୍ରାୟ ୧୨ଶହ ଲିଟର ଡ଼ିଜେଲ ଚୋରି କରି ଦୃର୍ବୁତମାନେ ଫେରାର୍ ହୋଇଯାଇଥିଲେ । ଏସଂକ୍ରାନ୍ତରେ ଏନଟିପିସିର ଡ଼ିଜିଏମ ପ୍ରଶାନ୍ତ ଶାହା ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ତୁରନ୍ତ ସେମାନଙ୍କ ଖୋଜି ବାହାର କରିବା ସହ ସେମାନଙ୍କ ନିକଟରୁ ୨ଟି ବୋଲେରୋ ନଂ-ଓଡ଼ି ୦୨ସି-୫୫୧୭ ଏବଂ ଓଡ଼ି୧୯ଏ-୧୦୧୫ ବୋଲେରୋ ମଧ୍ୟରେ ରହିଥିବା ୧୧ଶହ ୨୦ଲିଟର୍ ଡ଼ିଜେଲ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଅନିଲ ନାଏକ (୨୩) ପଂଚୁ ନାଏକ(୨୬) ସୁନିଲ ନାଏକ (୨୭) ସୁବ୍ରତ ନାଏକ (୩୨) ପ୍ରଶାନ୍ତ ନାଏକ (୨୩) ଚତୁରା ନାଏକ (୩୪) ରାଜେଶ ଭୂତିଆ (୩୩) ପ୍ରଶାନ୍ତ ପ୍ରଧାନ (୩୩) ଦୀପକ ସାମଲ (୩୨)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି ।



