କେମିଷ୍ଟ୍ରି ଏବଂ ଡ୍ର଼ଗିଷ୍ଟ ଆସୋସିଏସନ୍ ପକ୍ଷରୁ ସ୍ମାରକୀ ପତ୍ର ଆସନ୍ତା ୨୦ରେ ମେଡ଼ିସିନ୍ ଦୋକାନ ବନ୍ଦ
ତାଳଚେର, ୧୩/୦୫ ଅନୁଗୋଳ ଜିଲ୍ଳା କେମିଷ୍ଟ୍ରି ଓ ଡ଼୍ରଗିଷ୍ଟ୍ ଆସୋସିଏସନ୍ (ଏବିସିଏ) ଉତ୍କଳ କେମିଷ୍ଟ ଏବଂ ଡ଼୍ରଗିଷ୍ଟ୍ ଆସୋସିଏସନ(ଇୟୁସିଡ଼ିଏ) ଓ ଅଲଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ୍ରି ଏବଂ ଡ଼୍ରଗିଷ୍ଟ (ଆଇଓସିଡ଼ି)ର ଏକ ଜିଲ୍ଳା ସହବନ୍ଦିତ ଶାଖା । ସର୍ବଭାରତୀୟ ଔଷଧ ବ୍ୟବସାୟୀଙ୍କ ସଂଘ ସାରା ଦେଶରେ ୧୨ଲକ୍ଷ ୪୦ହଜାରରୁ ଅଧିକ କେମିଷ୍ଟ୍ରି ଏବଂ ବିତରକଙ୍କୁ ପ୍ରତିନିଧିତ୍ୱ କରୁଛି ଏବଂ ସାରା ଦେଶରେ ୫କୋଟିରୁ ଅଧିକ ଔଷଧ ବ୍ୟବସାୟ ଜରିଆରେ ଦାୟିତ୍ୱ ବହନ କରୁଛି । କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ବିଭିନ୍ନ କର୍ତୁପକ୍ଷଙ୍କ ସମ୍ମୁଖରେ ବାରମ୍ବାର ଆପତି ଓ ଅଭିଯୋଗ ସତ୍ୱେ ଔଷଧ ବ୍ୟବସାୟ ଏବଂ ଜନସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରୁନାହିଁ । ପରିସ୍ଥିତି ବର୍ତମାନ ଚିନ୍ତାଜନକ ସ୍ତରରେ ପଂହଚି ଯାହା ୧୨.୪୦ଲକ୍ଷରୁ ଅଧିକ ରସାୟନ ବିତ୍ ଏବଂ ପ୍ରାୟ ୫କୋଟିରୁ ଅଧିକ ନିର୍ଭରଶୀଳଙ୍କ ଜୀବନଜୀବିକା ପ୍ରତି ଏକ ଗମ୍ଭିର ବିପଦ ସୃଷ୍ଟି କରୁଛି । ଏହି ପରିପ୍ରେକ୍ଷୀରେ ଜାତୀୟ ସଂଗଠନ (ଏଆଇଓସିଡ଼ି) ଉକ୍ତ ଦୀର୍ଘକାଳୀନ ପ୍ରତିବାଦରେ ଚଳିତମାସ ୨୦ତାରିଖରେ ଏକଦିନିଆ ଔଷଧ ବ୍ୟବସାୟ ବନ୍ଦ ଡ଼ାକରା ଦେଇଛି । ଦାବି ଗୁଡ଼ିକ ଇ-ଫାର୍ମାସିଷ୍ଟ ଗୁଉଡ଼ିକ ଅବୈଧ କାର୍ଯ୍ୟ ଏବଂ ୨୮.୦୮- ୨୦୧୮ ତାରିଖ ବିଜ୍ଞପ୍ତି, ଜିଏମଆର ୮୧୭(ଇ) ପ୍ରତ୍ୟାହାର, ବଡ଼କର୍ପୋରେଟ ଦ୍ୱାରା ଶିକାରୀ ମୂଲ୍ୟ ନିର୍ଦ୍ଧାରଣ, ୨୬-୦୩-୨୦୨୦ ତାରିଖ ବିଜ୍ଞପ୍ତି ଜିଏସଆର ୨୨୦(ଇ) ପ୍ରତ୍ୟାହାର, ଅବୈଧ ଇ-ଫାର୍ମାସିସ୍ ସଂଖ୍ୟା ବୃଦ୍ଧି ଏବଂ ବଡ଼ବଡ଼ କୋର୍ପୋରେଟ୍ ଦ୍ୱାରା ମୂଲ୍ୟ ନିର୍ଦ୍ଧାରଣ ଅଭ୍ୟାସ ଔଷଧ ବଂଟନ ବ୍ୟବସ୍ଥାକୁ ଗୁରୁତର ପ୍ରଭାବିତ କରୁଛି । ଏହି ଘଟଣା ଗୁଡ଼ିକ କେବଳ କ୍ଷୁଦ୍ର ମଧ୍ୟମ ରସାୟନିକ ବିଷେଶଜ୍ଞ ଅସ୍ତିତ୍ୱକୁ ବିପଦରେ ପକାଇ ନାହିଁ ବରଂ ସାଧାରଣ ଜନତାଙ୍କ ପାଇଁ ଗମ୍ଭିର ବିପଦ ସୃଷ୍ଟି କରିଛି । ଏହି ସମସ୍ୟା ଗୁଡ଼ିକୁ ଦୃଷ୍ଟିରେ ରଖି ଆଗାମୀ ୨୦ତାରିଖରେ ତାଳଚେରର ସମସ୍ତ ଔଷଧ ବ୍ୟବସାୟ ବନ୍ଦ ରଖିବାକୁ ଅନୁଗୋଳ ବ୍ୟବସାୟୀ ସଭାପତି ସୁବୋଧ ମିଶ୍ର, ସାଧାରଣ ସମ୍ପାଦକ ନିର୍ମଳ ମିଶ୍ରଙ୍କ ପରାମର୍ଶ କ୍ରମେ ତାଳଚେର ଔଷଧ ବ୍ୟବସାୟୀଙ୍କ ତରଫରୁ ଧିରମୋହନ ରାଏ, ଅଜିତ ପ୍ରଧାନ, ନାରାୟଣ ସେଠୀ, ବହ୍ଲଭ ସାହୁ, ସୁଶାନ୍ତ ସାହୁ, ମାୟାଧର ସାହୁ, ମୁନସାଫ ଖାନ, ସୌମ୍ୟରଞ୍ଜନ ପ୍ରଧାନ ତାଳଚେର ଉପଜିଲ୍ଳାପାଳ ଆସିଶ ରଞ୍ଜନ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।



