ଚାରିଜଣ ଆନ୍ତଃରାଜ୍ୟ ତସ୍କରଙ୍କୁ ଗିରଫକରିବା ସହ ତିନି ହାତୀଦାନ୍ତ ଜବତ୍ କରିଛି ବନବିଭାଗ।

ତିନି ହାତୀଦାନ୍ତ ସହ ଚାରି ଆନ୍ତଃରାଜ୍ୟ ହାତୀ ଦାନ୍ତ ତସ୍କରଙ୍କୁ ଗିରଫ କରିଛି ବନ ବିଭାଗ । କେନ୍ଦୁଝର ଜିଲ୍ଲା କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଅମୃତ ପଡା ମାଝୀ ସାହିରେ ସୁନୀଲ ସୋରେନ ନାମକ ବ୍ୟକ୍ତିଙ୍କ ଘରେ ହାତୀ ଦାନ୍ତ ଓ ହାଡ ବିକ୍ରୀ ଯୋଜନା କରିବା ପୂର୍ବରୁ ପୂଜା ପାଠ କରୁଥିବା ସମୟରେ ବନ ବିଭାଗ ଓ ପୋଲିସ ସହ ମିଳିତ ଚଢ଼ାଉ କରାଯାଇ ତିନୋଟି ହାତୀଦାନ୍ତ ଓ ଦୁଇଟି ହାଡ ସହ ଚୋରଟି ମୋବାଇଲ ଜବତ କରିବା ସହ ଚାରି ଜଣକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ବନ ବିଭାଗ। ସେମାନେ ହେଲେ ସୁନୀଲ ସୋରେନ, ଦଶରଥ ମାଝୀ, ଦୁରାଙ୍ଗ ହେମ୍ବ୍ରମ ଏଵଂ ବାଦେନ କିସ୍କୁ। ଏହା ପୁର୍ବରୁ କେନ୍ଦୁଝର ଜିଲ୍ଲାରେ ଦୀର୍ଘବର୍ଷ ଧରି ହେଇ ଆସୁଥିବା ହାତୀ ଦାନ୍ତ ତସ୍କର ରେ ଏମାନଙ୍କ ସମୃକ୍ତି ଅଛି ନା ନାହିଁ ସେନେଇ ମଧ୍ୟ ତନତନ କରି ଯାଞ୍ଚ କରୁଥିବା ପ୍ରକାଶ କରିଛନ୍ତି କେନ୍ଦୁଝର ଡି ଏଫ୍ ଓ ଏ ଚ ଡି ଧନରାଜ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



