ଅନୁଗୋଳରେ SIR-2026 ପ୍ରସ୍ତୁତିର ସମୀକ୍ଷା କଲେ ଭାରତ ନିର୍ବାଚନ ଆୟୋଗର ସଚିବ

ଭାରତ ନିର୍ବାଚନ ଆୟୋଗ (ECI) ର ସଚିବ ଶ୍ରୀ ସୁଜିତ କୁମାର ମିଶ୍ର ଆଜି ଅନୁଗୋଳ ଜିଲ୍ଲାରେସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ଅଗ୍ରଗତିର ସମୀକ୍ଷା କରିଥିଲେ।

ଜିଲ୍ଲା ନିର୍ବାଚନ ଅକାରୀ ତଥା ଜିଲ୍ଲାପାଳ ଶ୍ରୀ ଅବଦାଲ ଏମ୍. ଅଖତର, (ଭା.ପ୍ର.ସେ) ପରିଗଣନା ଫର୍ମ ବଣ୍ଟନ, ଡିଜିଟାଇଜେସନ୍, ମତଦାତା ମ୍ୟାପିଂ, ନିର୍ବାଚନ କର୍ମଚାରୀଙ୍କ ତାଲିମ ଓ SVEEP କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାର ଅଗ୍ରଗତି ଉପସ୍ଥାପନ କରିଥିଲେ I

ସଚିବ, ECI, SIR-2026 କାର୍ଯ୍ୟକ୍ରମକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିଥିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ପ୍ରୟାସକୁ ପ୍ରଶଂସା କରିଥିଲେ। ସେ ଏକ ସଠିକ୍, ସ୍ବଚ୍ଛ, ତ୍ରୁଟିମୁକ୍ତ ଏବଂ ସର୍ବସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଜିଲ୍ଲା ପ୍ରଶାସନର ନିଷ୍ଠାକୁ ମଧ୍ଯ ସ୍ବୀକାର କରିଥିଲେ ।
ସମୀକ୍ଷା ବୈଠକ ପରେ ଶ୍ରୀ ମିଶ୍ର ଅନୁଗୋଳ ବିଧାନସଭା କ୍ଷେତ୍ରର ବୁଥ ସ୍ତରୀୟ ଅଧିକାରୀ ଓ ବିଏଲଓ ସୁପରଭାଇଜରମାନଙ୍କ ସହ ସିଧାସଳଖ ଆଲୋଚନା କରି କ୍ଷେତ୍ରସ୍ତରର ଅନୁଭୂତି ଓ ଚ୍ୟାଲେଞ୍ଜ ସମ୍ପର୍କରେ ଅବଗତ ହୋଇଥିଲେ ଏବଂ ଜିଲ୍ଲାର କାର୍ଯ୍ୟଧାରା ପ୍ରତି ସନ୍ତୋଷ ବ୍ୟକ୍ତ କରିଥିଲେ ।
୧୮ ଜୁନ ୨୦୨୬ ସୁଦ୍ଧା ଜିଲ୍ଲାରେ ମୋଟ ୯,୫୩,୭୫୭ ଜଣ ଭୋଟରଙ୍କ ମଧ୍ୟରୁ ୯,୪୮,୪୨୩ ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇ ୯୯.୪୪% ସଫଳତା ହାସଲ କରାଯାଇଥିବା ବେଳେ ୭,୨୭,୨୦୬ ଜଣ ଭୋଟରଙ୍କ ତଥ୍ୟ ଡିଜିଟାଇଜେସନ୍ କରାଯାଇ ୭୬.୨୫% ଅଗ୍ରଗତି ହାସଲ ହୋଇଛି।
ଏହି ସମୀକ୍ଷା ବୈଠକରେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା, ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ, ଅନୁଗୋଳ, ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ଜିଲ୍ଲାର ଅନ୍ୟ ବରିଷ୍ଠ ଅକାରୀମାନେ ଉପସ୍ଥିତ ଥିଲେ।




