ଆଇଟିବିପିର ପର୍ବତାରୋହଣ ଅଭିଯାନ–୨୦୨୬କୁ ଡିଜିଙ୍କ ସବୁଜ ସଙ୍କେତ
ନୂଆଦିଲ୍ଲୀ, ୭ ଅଗଷ୍ଟ: ଇଣ୍ଡୋ-ତିବ୍ବତ ସୀମା ପୁଲିସ (ITBP)ର ମହାନିର୍ଦ୍ଦେଶକ ଶ୍ରୀ ଶତ୍ରୁଜୀତ କପୁର, ଆଇପିଏସ୍, ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ଫୋର୍ସ ମୁଖ୍ୟାଳୟରୁ ଫୋର୍ସ-ସ୍ତରୀୟ ପର୍ବତାରୋହଣ ଅଭିଯାନ–୨୦୨୬କୁ ସବୁଜ ସଙ୍କେତ ଦେଇ ରବାନା କରିଛନ୍ତି। ସେ ଅଭିଯାନର ଟିମ୍ ଲିଡର ଉପ-କମାଣ୍ଡାଣ୍ଟ ଶ୍ରୀ ପରୀକ୍ଷିତ ଶାହଙ୍କୁ ଅଭିଯାନ ପତାକା ପ୍ରଦାନ କରି ଦଳକୁ ବିଦାୟ ଜଣାଇଥିଲେ।
ଏହି ଅଭିଯାନରେ ଉତ୍ତରାଖଣ୍ଡର ମାଉଣ୍ଟ କାମେତ (୭,୭୫୬ ମିଟର) ଏବଂ ମାଉଣ୍ଟ ଆବି ଗାମିନ (୭,୩୫୫ ମିଟର) ଶିଖର ଆରୋହଣର ଲକ୍ଷ୍ୟ ରଖାଯାଇଛି। ୨୭ ସଦସ୍ୟ ବିଶିଷ୍ଟ ଏହି ଦଳରେ ୨୦ ଜଣ ପର୍ବତାରୋହୀ ଓ ୭ ଜଣ ପ୍ରଶାସନିକ କର୍ମଚାରୀ ସାମିଲ ଅଛନ୍ତି। ୨୦୨୪ ମସିହାରେ ମଧ୍ୟ ITBPର ପର୍ବତାରୋହୀମାନେ ଏହି ଦୁଇଟି ଶିଖର ସଫଳତାର ସହ ଆରୋହଣ କରିଥିଲେ।
ଅଭିଯାନକାରୀ ଦଳକୁ ସମ୍ବୋଧନ କରି ଡିଜି ଶ୍ରୀ କପୁର କହିଥିଲେ ଯେ, ITBPର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ ପର୍ବତାରୋହଣ ଅଭିଯାନ ପରିଚାଳନାର ଗୌରବମୟ ଇତିହାସ ରହିଛି। ଏପରି ଅଭିଯାନ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ କାର୍ଯ୍ୟଦକ୍ଷତା, ସହନଶୀଳତା, ନେତୃତ୍ୱ ଦକ୍ଷତା, ଦଳଗତ ସମନ୍ୱୟ ଓ କାର୍ଯ୍ୟ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିଥାଏ, ଯାହା ହିମାଳୟ ସୀମାର ସୁରକ୍ଷା ଦାୟିତ୍ୱ ପାଳନରେ ଅତ୍ୟନ୍ତ ସହାୟକ।
ଏହି ଅବସରରେ ଆଇଜି (ପ୍ରଶିକ୍ଷଣ) ଡ଼ଃ ଅକୁନ ସବରୱାଲ, ଆଇପିଏସ୍ଙ୍କ ସମେତ ITBPର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯାନକାରୀ ଦଳକୁ ଶୁଭେଚ୍ଛା ଜଣାଇଥିଲେ।

DG ITBP Flags Off Force-Level Mountaineering Expedition–2026 to Mt. Kamet & Mt. Abi Gamin
New Delhi, 07 August 2026: Shri Shatrujeet Kapur, IPS, Director General, Indo-Tibetan Border Police (ITBP), today flagged off the Force-Level Mountaineering Expedition–2026 from Force Headquarters, New Delhi, by handing over the expedition flag to the Team Leader, Shri Parikshit Shah, Deputy Commandant.
The expedition will attempt Mt. Kamet (7,756 m) and Mt. Abi Gamin (7,355 m) in Uttarakhand. A 27-member team, comprising 20 mountaineers and 7 administrative staff, is participating in the expedition. ITBP mountaineers had successfully summited both peaks in 2024, reaffirming the Force’s high-altitude expertise and rich mountaineering legacy.
Addressing the expedition team, the Director General said that ITBP has a distinguished history of successfully conducting numerous national and international mountaineering expeditions. He emphasised that such expeditions are an integral part of the Force’s professional ethos, enhancing high-altitude endurance, operational preparedness, leadership and teamwork—qualities essential for guarding the nation’s Himalayan frontiers.
Dr. Akun Sabharwal, IPS, Inspector General (Training), along with other senior officers of the Force, was present on the occasion to extend best wishes to the expedition team.




