।ବିକାଶ ଧାରା… ଓଡିଶା ସାରା….
ଅନୁଗୋଳ :
ରାଜ୍ୟ ରେ ବିଜେପି ସରକାର ର ୨ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ନୂଆମଉଜା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ‘ବିକାଶ ଧାରା… ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଉପସ୍ଥିତ ଜନସାଧାରଣ ଙ୍କୁ ରାଜ୍ୟରେ ବିଜେପି ସରକାର କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହିତ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତୋଦୟ ଯୋଜନା ରେ ବାସଗୃହ, ଭତ୍ତା ଓ ବିଭିନ୍ନ ସରକାରୀ ଯୋଜନା ର ସହାୟତା ରାଶି ଓ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୂଆମଉଜା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ବିକାଶ ପ୍ରଧାନ, ଅନୁଗୋଳ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଲୋକ ମିଶ୍ର, ବିଜେପି ର ପଞ୍ଚାୟତ ସଭାପତି ଶ୍ରୀ ବାଦଲ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଜେପି ନେତ୍ରୀ ରୀନା ପ୍ରଧାନ, ଦଳ ର କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ଗ୍ରାମ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ।



