ଭାରତୀୟ ଜନତା ପାର୍ଟି, ଓଡିଶା ର ମଣ୍ଡଳ ପ୍ରଶିକ୍ଷଣ ଶିବିର

ଜେ ବି ଏନ, ୧୭/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ହାତୁରା ମଣ୍ଡଳ B. J. P. ଶାଖା ତରଫରୁ କଂସରl ପଂଚାୟତ ମା ବିଂଝେଶ୍ଵରୀ ପୀଠ ଠାରେ ଏକ ମଣ୍ଡଳ ପ୍ରଶିକ୍ଷଣ ଶିବିର ହାତୁରା ମଣ୍ଡଳ ସଭାପତି ଶ୍ରୀ ଯୁକ୍ତ ଅଜିତ ସାମଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l

ଏଥିରେ ଜିଲ୍ଲା ସଂଯୋଜକ ସୁଶାନ୍ତ ପତି B. J. P. ବିଧାୟକ ପ୍ରାର୍ଥୀ ଅଶୋକ ନାୟକ, ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ମଣ୍ଡଳ ସଭାପତି ତଥା ସରପଞ୍ଚ ନିରାକାର ପ୍ରଧାନ ଓ ବିଶ୍ୱ ହିନ୍ଦୁ ପରିଷଦ ର ହରିଶ ଭାଇ ଯୋଗ ଦେଇ ନିଜ ନିଜର ବ୍ୟକ୍ତବ୍ୟ ରଖିଥିଲେ l ସୁଶାନ୍ତ ପତି ମହୋଦୟ ଓ ବିଧାୟକ ପ୍ରାର୍ଥୀ ମହୋଦୟ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ସଭାରେ କଂସରl, କନ୍ତlମିଲା, ବାଉଁଶ ପୋଖରୀ, ହାତୁରା, ଦୁଦୁରୁ କୋଟ, ନୂଆବଗ ପଚାୟତ ର ଦୁଇ ଶହ ରୁ ଅଧିକ କର୍ମୀ କୋଭିଡି ନିୟମ ମାନି ଉପସ୍ଥିତ ଥିଲେ l




