ଜାତୀୟ ସ୍ତରରେ ସୁନାମ ଅର୍ଜନ କଲେ ରାମେଶ୍ୱରୀ

ଜେ ବି ଏନ, ୧୭/୧୨/୨୦୨୦, (ରିପୋର୍ଟ, ରୂପକ କୁମାର ମହାନ୍ତି), ବ୍ରହ୍ମପୁର : ବରହମପୁରର ରାମେଶ୍ୱରୀ ନନ୍ଦ ଜାତୀୟ ସ୍ତର ରେ ସୁନାମ ଅର୍ଜନ କରିଛନ୍ତି l ମୁମ୍ବାଇ ଠାରେ ଅନୁଷ୍ଠିତ ଗ୍ଲୋବାଲ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି ରାମେଶ୍ୱରୀ l ରାମେଶ୍ୱରୀ ନିଜ ଦକ୍ଷତା ଓ ପ୍ରତିଭା ମାଧ୍ୟମରେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗୀକୁ ବାଦ ଦେଇ ପ୍ରତିଯୋଗିତାର ଶୀର୍ଷ ରେ ପହଞ୍ଚି ବରହମପୁର ଓ ଓଡ଼ିଶାର ଗର୍ବ ଓ ଗୌରବ ରଖିଛନ୍ତି l




