ଡି.ଏ.ଭି .ପବ୍ଲିକ୍ ସ୍କୁଲ, ଏମ.ସି.ଏଲ.,କଳିଙ୍ଗ କ୍ଷେତ୍ରରେ ଆୟୋଜିତ ହେଲା ରକ୍ତ ଦାନ ଶିବିର
ତାଳଚେର ,ତା ୧୧.୦୭.୨୬ରିଖରେ ଡି.ଏ.ଭି.ପବ୍ଲିକ୍ ସ୍କୁଲ, ଏମ.ସି.ଏଲ.,କଳିଙ୍ଗ କ୍ଷେତ୍ରରେ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଅଛି।ଏହି ଜୀବନ ରକ୍ଷାକାରୀ ପବିତ୍ର ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ପ୍ରତିଭା ମହିଳା ମଣ୍ଡଳର ସଭାପତି ଶ୍ରୀମତୀ ଅସ୍ମିତା ଯୋଶୀ ଉଦ୍ଘାଟନ କରିଥିଲେ । ସେ ବିଦ୍ୟାଳୟର ଅଧକ୍ଷ ମହୋଦୟଙ୍କର ଏଭଳି ଏକ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ଆୟୋଜନର ଉଚ୍ଚ ପ୍ରଶଂସା କରିଥିଲେ ।ବିଦ୍ୟାଳୟର ଅଧ୍ୟକ୍ଷ ଏହିପରି ଜନହିତକାରୀ କାର୍ଯ୍ୟକ୍ରମ ଆୟୋଜନର ନେତୃତ୍ୱ ନେଇଥିବାରୁ ସମସ୍ତଙ୍କର ଆଦରଭାଜନ ହୋଇପାରିଛନ୍ତି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧକ୍ଷ ତଥା ଡିଏଭି ଜୋନ-ଡି ର ସହକାରୀ ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ତାଙ୍କ ଅଭିଭାଷଣରେ ରକ୍ତ ସଂଗ୍ରହରେ ଉଲ୍ଲେଖନୀୟ ଲକ୍ଷ୍ୟ ହାସଲରେ ସନ୍ତୋଷ ପ୍ରକାଶ କରିଥିଲେ। ଜୀବନ ରକ୍ଷା ଭଳି ମହତ କାର୍ଯ୍ୟ କରିବାରେ ସମସ୍ତେ ସହଯୋଗ କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ ।

ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଗଣ ଏବଂ ବହୁ ଅଭିଭାବକମାନେ ମହାଆନନ୍ଦରେ ଏବଂ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରି ତାଙ୍କ ମହାନୁଭବତାର ପରିଚୟ ପ୍ରଦାନ କରିବା ସହିତ ଏହି ମହତ ଉଦ୍ଦେଶ୍ୟକୁ ସଫଳ କରିଥିଲେ । ଓଡ଼ିଶା ସରକାରଙ୍କ ରକ୍ତଭଣ୍ଡାର ଅନୁଗୁଳ ତରଫରୁ କର୍ମଚାରୀମାନେ ଯୋଗଦେଇ ରକ୍ତ ସଂଗ୍ରହରେ ସହଯୋଗର ହାତ ବଢ଼ାଇ ୨୭୮ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ବିଦ୍ୟାଳୟର ଏନ.ସି. ସି , ସ୍କାଉଟ , ଗାଇଡ଼ , ଜୁନିୟର ରେଡ଼କ୍ରସ ଛାତ୍ରଛାତ୍ରୀମାନେ ଏବଂ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ଏହା ସୁପରିଚାଳିତ ହୋଇପାରିଥିଲା ।

ଏହି ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଉଦୟନାଥ ସାହୁ ଏହି ମହତ କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ସହଯୋଗ ଏବଂ ଗୁରୁଦାୟିତ୍ୱ ବହନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ ।




