ଯାତ୍ରା ଗହଳିରେ ରୋମିଓ ରାଇଡ଼ରଙ୍କ ରାଜୁତି : ତାଳଚେର
ତାଳଚେର ୨୧/୦୭ ବାଇକ ଦେଉଛି ଫଟା ବିକଟାଳ ହର୍ଣ୍ଣ । କିଏ ସାଇରନ୍ ଦେଇ ଯାଉଛି ତ ଆଉ କିଏ ବସ୍ ଭଳି ହର୍ଣ୍ଣ । କେବଳ ସେତିକି ନୁହଁ ବାଇକରୁ ବାହାରୁଛି ପ୍ରଚଣ୍ଡ ଶଦ୍ଦ ‘ଧାଡ଼ରେଇଙ୍ଗ…..’ କରୁଥିବା କାନଫଟା ଶଦ୍ଦ । ମଝିରେ ମଝିରେ ସାଇଲେନସର୍ରୁ ବାଣ ଫୁଟିଛି ‘ଫଟାସ୍…..’ । ତାଳଚେର ସହରରେ ଏବେ ବାଇକ ହର୍ଣ୍ଣ ପରିବର୍ତନ କରିବା ଓ ବାଇକ ସାଇଲେନ୍ସସର ପାଇପ୍ରୁ ବିକଟାଳ କାନଫଟା ଶଦ୍ଦ ବାହାର କରିବା ଯୁବପିଢ଼ୀଙ୍କ ଏକ ସଉକରେ ପରିଣତ ହୋଇଛି । ଭଳିକି ଭଳି ସ୍ପିଡ଼୍ ବାଇକ ଯୁବପିଢ଼ୀ ଏପରିକି ବିକଟାଲ ହର୍ଣ୍ଣ ଓ ସାଇଲେନ୍ସସରରୁ ଶଦ୍ଦ ବାହାର କରୁଛନ୍ତି । ଆଉ ଏହି ସଉକ୍ ରାସ୍ତାରେ ଭୟ ଓ ବିପଦ ସୃଷ୍ଟି କରୁଛି, ଏଭଳି ଶଦ୍ଦ ଆତଙ୍କ ଖେଳାଇ ହରକତ କରୁଛନ୍ତି । କାନଫଟା ଶଦ୍ଦକରି ପଥଚାରୀମାନେ ଭୟବିତ ଦୁର୍ଘଟଣା ମାନ ଘଟୁଛି । ଏହାକୁ ନେଇ ପୋଲିସ୍ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟୁଛିି । ମାତ୍ର ଏଥିପ୍ରତି କୌଣସି ଲଗାମ ନଥିବାରୁ ଏଭଳି ଘଟଣାମାନ ଦିନକୁ ଦିନ ବଢ଼ିବଢ଼ି ଚାଲିଛି । ସେପଟେ ପରିବହନ ବିଭାଗ ମଧ୍ୟ ନିଦ୍ରାରେ ଥିବାରୁ ଏପରି ହର୍ଣ୍ଣର ମାତ୍ରା ବଢ଼ି ଯାଇଛି । ବିକଟାଳ ଶଦ୍ଦ କରୁଥିବା ବାଇକକୁ ଜବତ କରିବା ସହିତ ମୋଟା ଅଙ୍କର ଜରିମନା ଆଦାୟ କରାଗଲେ କିଛି ସାବାଡ଼୍ ହୋଇଯାଆନ୍ତେ ବୋଲି ଶୁଣିବାକୁ ମିଳୁଛି । ଏମିତିକି ଯେଉଁ ଦୋକାନ ଗୁଡ଼ିକରେ ସାଇଲେନ୍ସସର ପାଇପ୍ ବଦଳା ଯାଉଛି ସେଠାରେ ଚଢ଼ାଉ କରାଗଲେ ଅମାନିଆ ବାଇକ ଚାଳକଙ୍କ ମଧ୍ୟରେ ଛନକା ପଶନ୍ତା ବୋଲି ସାଧାରଣ ଲୋକେ କହୁଛନ୍ତି । ଏଥିରେ ରୋକ ଲାଗାଇବାକୁ ପୋଲିସ୍ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯାନ ଚଳାଇବା ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ୁଛି । ପୋଲିସ୍ କି ପରିବହନ ବିଭାଗର କୌଣସି ଲଗାମ ନଥିବାରୁ ତାଳଚେର ସହରରେ ଏହି ବିକଟାଳ ହର୍ଣ୍ଣର ମାତ୍ରା ଉଦବେଗ ଜନକଭାବେ ବୃଦ୍ଧି ପାଉଛି । ନିୟମ ମୂତାବକ କୌଣସି ବାଇକର ହର୍ଣ୍ଣ ୬୫ ଡ଼େସିମିଲରୁ ଅଧିକ ହୋଇପାରିବ ନାହିଁ । ସେହିପରି ବାଇକରେ କମ୍ପାନୀ ଲଗାଇଥିବା ସାଇଲେନ୍ସସର ବଦଳାଇ ପାରିବେ ନାହିଁ । ମାତ୍ର ଏବେ ଯୁବପିଢ଼ୀ ଭଳିକି ଭଳି ସ୍ପିଡ଼ ବାଇକ ଚଢ଼ୁଥିବା ବେଳେ ନିଜଆଡ଼କୁ ଆକର୍ଷିତ କରାଇବା ପାଇଁ ଘନଘନ ହର୍ଣ୍ଣ ବଜାଉଛନ୍ତି । ତାଳଚେର ଟାଉନ ଠାରୁ ଆରମ୍ଭକରି ବସଷ୍ଟାଣ୍ଡ, ହାଟତୋଟା ରୋଡ଼, ମାର୍କେଟ, ହାଣ୍ଡିଧୂଆଁ ଛକ, ବାଘୁଆବୋଲ ପବିତ୍ରମୋହନଛକ, ବହ୍ଲରଛକ ଇତ୍ୟାଦି ଜନଗହଳିପୂର୍ଣ୍ଣ ରାସ୍ତା ଗୁଡ଼ିକରେ ଯୁବପିଢ଼ୀ ବାଇକରେ ଏହି କାନଫଟା ଶଦ୍ଦ କରି ଘୂରୀ ବୁଲୁଛନ୍ତି । ଦିନବେଳା କଲେଜ ଅଂଚଳରେ ବାଇକ ଧରି ଚକ୍କର କାଟୁଛନ୍ତି ବୋଲି କୁହାଯାଉଛି, ଏମିତିକି ସନ୍ଧ୍ୟା ସମୟରେ ବାଇକର ଷ୍ଟାଣ୍ଡକୁ ରାସ୍ତାରେ ଘୋଷାଡ଼ି ନିଆଁ ବାହାର କରିବାକୁ ବାହାଦୂରି ବୋଲି ମନେ କରୁଛନ୍ତି । ଏମାନଙ୍କ ଉପରେ ଟ୍ରାଫିକ୍ ପୋଲିସ୍ କୌଣସି ଲଗାମ ନଥିବାରୁ ସେମାନଙ୍କ ଉତ୍ପାତ ବଢ଼ୁଛି । ତେଣୁ ଗଣେଶପୂଜାକୁ ଦୃଷ୍ଟିରେ ରଖି ତୁରନ୍ତ ପୋଲିସ୍ ଏହାର କଡ଼ାପଦକ୍ଷେପ ନେଇ ଚଢ଼ାଉ ଜୋରଦାର କରି ଧରପଗଡ଼ ସହ ମୋଟା ଅଙ୍କର ଜରୀମାନା କଶିବାର ଆବଶ୍ୟକତା ରହିଛି ବୋଲି ସାଧାରଣ ମହଲରେ ଦାବି ହେଉଛି ।



