ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ
ତାଳଚେର, ୨୩/୦୭ ବିଶିଷ୍ଟ ଶିକ୍ଷାବିତ ତଥା ଅନୁଗୋଳ ଜିଲ୍ଳାର ଜଣାଶୁଣା ଦକ୍ଷ ଶିକ୍ଷକଭାବେ ପରିଚିତ ବୃନ୍ଦାବନ ସାହୁଙ୍କ ପରଲୋକ ହୋଇଯିବା ଘଟଣା ତାଳଚେର ଅଂଚଳରେ ଶୋକରଛାୟା ଖେଳାଇ ଦେବାସହ ସମସ୍ତ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁଙ୍କ ମହଲରେ ଏକ ଦୁଃଖର ବାତାବରଣ ଖେଳାଇ ଦେଇଛି । ସେ ଚାକିରୀରୁ ଅବସର ନେବାପରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନରେ ସ୍ୱଇଚ୍ଛା ଭାବେ କାର୍ଯ୍ୟକରି ବେଶ ଅଂଚଳବାସୀଙ୍କ ମନକୁ ଜିଣିପାରିଥିଲେ । ସ୍ୱର୍ଗତ ବୃନ୍ଦାବନ ସାହୁଙ୍କ ଶିକ୍ଷକତା ଜୀବନ, ପାଠପଢ଼ାଶୈଳୀ ଓ ଶୃଙ୍ଖଳା ସହିତ ଅନୁଶାସନ ଏବଂ ଗୁଣାବଳୀ ଅତି ଉଚ୍ଚକୋଟ୍ଟୀର ଥିଲା । ଏହି ଦୁଃଖଦ ଖବର ପ୍ରଚାରିତ ହେବାପରେ ତାଳଚେର ପୌରାଚଂଳ ସ୍ଥିତ ଶର୍ମାଛକ ବାସଭବନରେ ବହୁଜ୍ଞାନୀ, ଗୁଣୀମାନି ପଂହଚି ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । -ଏହି ପରିପ୍ରେକ୍ଷୀରେ ଆମପ୍ରତିଭା ଆମପରିଚୟ ଅନୁଷ୍ଠାନ ଓ ଆଗେଇବା ପରିବାର ପକ୍ଷରୁ ତାଳଚେର ଦେଉଳବେଡ଼ା ସ୍ଥିତ ପୂର୍ବତନ ସାଂସଦ ମହେଶ ସାହୁଙ୍କ କାର୍ଯ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଆଇନଜିବୀ ହରେକୃଷ୍ଣପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀ ସାହୁଙ୍କ ଶିଷ୍ୟ ତାଳଚେର ପୂର୍ବତନ ବିଧାୟକ ଓ ଢ଼େଙ୍କାନାଳ ପୁର୍ବତନ ସାସଂଦ ଶ୍ରୀ ସାହୁ ଏକ ମିନିଟ୍ ନିରୋବ ପ୍ରାର୍ଥନା କରିବା ସହ ଶ୍ରୀ ସାହୁ ତାଙ୍କ ନିଧନ ଜିଲ୍ଲାଶିକ୍ଷା ମହଲରେ ଅପୁରଣୀୟ କ୍ଷତି ଘଟିଲା ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ସଭାପତି ଉପେନ୍ଦ୍ର ପରିଡ଼ା, ଶିକ୍ଷାବିତ୍ ସରୋଜ ପ୍ରଧାନ, ଶିଳ୍ପାଚଂଳ ମହିଳା ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷା ସୌଭାଗିନୀ ଦେବୀ, ବିଜୟ ଦେବତା, ରଶ୍ମି ମିଶ୍ର, ଜିତେନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ ଓ ତାଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାକୁ ସମବେଦନା ଜଣାଇଥିଲେ ।

July 23, 2026/
No Comments


