୯୫ଲିଟର ଦେଶୀମଦ ଜବତ
ତାଳଚେର, ୨୩/୦୭ ତାଳଚେର ଅବକାରୀ ବିଭାଗ ପକ୍ଷରୁ କୋଲିୟରୀ ଥାନା ଅନ୍ତର୍ଗତ ଜଗନ୍ନାଥପୁର ନିକଟରୁ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୯୫ଲିଟର ଦେଶୀମଦ ଓ ଏକ ହିରୋ ସ୍ପେ୍ଲଣ୍ଡରପ୍ଲସ୍ ଓଡ଼ି ୨୮ଏ – ୬୦୩୯କୁ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି । ୩ଜଣ ଗିରଫ ମଧ୍ୟରେ ୨ଜଣ ମହିଳା ସୁବଳା ସାହୁ (୪୦), ମୀନାକ୍ଷୀ ମାରାଣ୍ଡି (୪୦) ଏବଂ କୁକୁଡ଼ୁଲା ମୁଣ୍ଡାହାଟିଙ୍ଗର ବିନ ଥାୟଲ (୪୦) ଙ୍କ ନିକଟରୁ ମଦ ଜବତ କରାଯାଇଛି । ଏହି ଚଢ଼ାଉରେ ତାଳଚେର ଅବକାରୀ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସାମିଲଥିଲେ ।

July 23, 2026/
No Comments


