ପାରମ୍ପରିକ କଳାର ପୁନରୁତ୍ଥାନ ପାଇଁ ସରକାରଙ୍କ ଫୋକସ୍, କଳାକାରଙ୍କୁ ମିଳିବ ପ୍ରୋତ୍ସାହନ

ଡ଼ିଶାର ଓଡ଼ିଶୀ, ଗୋଟିପୁଅ ଏବଂ ଛଉ ସମେତ ଅନ୍ୟାନ୍ୟ ଶାସ୍ତ୍ରୀୟ, ଲୋକନୃତ୍ୟ ଓ କଳାଗୁଡ଼ିକର ସଂରକ୍ଷଣ ଏବଂ ପ୍ରସାର ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଲିକତାଠାରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର (ଇଜେଡ୍ସିସି) ପ୍ରତିଷ୍ଠା କରାଯାଇଛି। ଏହି କେନ୍ଦ୍ର ଓଡ଼ିଶା ସମେତ ଏହାର ସଦସ୍ୟ ରାଜ୍ୟଗୁଡ଼ିକରେ ନିୟମିତ ଭାବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥାଏ।

ବିଗତ ତିନି ବର୍ଷ ମଧ୍ୟରେ ଏହି ଆଞ୍ଚଳିକ କେନ୍ଦ୍ର ଦ୍ୱାରା ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଓଡ଼ିଶୀ, ଗୋଟିପୁଅ ଏବଂ ଛଉ ନୃତ୍ୟକଳା ସମ୍ବଳିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡେମି ‘ଉତ୍ସବ, କର୍ମଶାଳା ଓ ପ୍ରଦର୍ଶନୀ’ କାର୍ଯ୍ୟକ୍ରମର ଆୟୋଜନ କରିଥାଏ। ଏହାର ଉଦ୍ଦେଶ୍ୟ ହେଉଛି ଜାତୀୟ ଓ ଆଞ୍ଚଳିକ ସ୍ତରରେ ଶାସ୍ତ୍ରୀୟ, ଲୋକ, ଜନଜାତି ଏବଂ ଭାରତର ଅନ୍ୟାନ୍ୟ ପାରମ୍ପରିକ ପରିବେଷଣ କଳାର ସଂରକ୍ଷଣ ଓ ପ୍ରଚାର। ଏହି କାର୍ଯ୍ୟକ୍ରମ ଅଧୀନରେ ସଙ୍ଗୀତ ଉତ୍ସବ, ସେମିନାର, କର୍ମଶାଳା ଏବଂ ପ୍ରଦର୍ଶନୀ ଆୟୋଜନ କରାଯାଏ। ଏହା ମାଧ୍ୟମରେ ଅନେକ ଅଳ୍ପପରିଚିତ ଓ ବିଲୁପ୍ତପ୍ରାୟ କଳାରୂପ ଲୋକଲୋଚନକୁ ଆସିଛି। ସେହିପରି ଅନେକ ପ୍ରତିଭାଶାଳୀ ବରିଷ୍ଠ କଳାକାର ଏବଂ ନୂତନ ପିଢ଼ିର କଳାକାରମାନେ ମଧ୍ୟ ନିଜର କଳା ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ସୁଯୋଗ ପାଇଛନ୍ତି।୨୦୧୩ ମସିହାରୁ, ଦେଶର ଲୋକ ଓ ଜନଜାତୀୟ ସଙ୍ଗୀତ, ନୃତ୍ୟ ଏବଂ ନାଟକ କ୍ଷେତ୍ରରେ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକାଡେମୀ ନିୟମିତଭାବରେ ଦେଶର ବିଭିନ୍ନ ଅଞ୍ଚଳରେ ‘ଦେଶଜ’ ନାମକ ଉତ୍ସବର ଆୟୋଜନ କରିଆସୁଛି। ଏହା ବ୍ୟତୀତ, ଜନଜାତୀୟ ସଂସ୍କୃତିର ସଂରକ୍ଷଣ ପାଇଁ ଏକାଡେମୀ ‘ଲୋକ ସଂଗମ’ ଓ ‘ଲୋକ ପ୍ରତିଭା’ ନାମକ ଦୁଇଟି କାର୍ଯ୍ୟକ୍ରମ ଆୟୋଜନ କରୁଛି। ଲୋକ ସଙ୍ଗମ ଭାରତର ବରିଷ୍ଠ ଲୋକ ଓ ଜନଜାତୀୟ କଳାକାରମାନଙ୍କର ଉତ୍ସବ ହୋଇଥିବାବେଳେ ଲୋକ ପ୍ରତିଭା ହେଉଛି ଭାରତର କଥାବାଚନ ଓ ପାରମ୍ପରିକ କଳାରୂପ ଉପରେ କେନ୍ଦ୍ରିତ ଯୁବ ଲୋକ ଏବଂ ଜନଜାତି କଳାକାରମାନଙ୍କର ଏକ ଉତ୍ସବ। ଏକାଡେମୀ ନିଜର ବିଭିନ୍ନ ଉତ୍ସବ ଯେପରିକି ରାଷ୍ଟ୍ରୀୟ ଏକତା ଦିବସ, ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍, କିର୍ଗିଜସ୍ଥାନ ଏସସିଓ ସମ୍ମିଳନୀ, ଏବଂ ୟୁନେସ୍କୋର ୨୦ତମ ଆଇସିଏଚ ସମ୍ମିଳନୀ ଆଦିରେ ସେରାଇକେଲା ଓ ଖରସୁଆଁର ଛଉ ନୃତ୍ୟ ଏବଂ ଓଡ଼ିଶାର ଗୋଟିପୁଅ ନୃତ୍ୟ ପ୍ରଦର୍ଶିତ କରିଛି। ଶିଶୁ ଦିବସ ଉପଲକ୍ଷେ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନଭେମ୍ବର ୧୪-୧୫, ୨୦୧୮ରେ ନୂଆଦିଲ୍ଲୀର ରବୀନ୍ଦ୍ର ଭବନଠାରେ ଗୋଟିପୁଅ ବାଳ ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶାରୁ ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିଲେ।(ଖ) କଳାକାର ଚିହ୍ନଟ ଓ ପ୍ରେତ୍ସାହନ ପଦ୍ଧତି:ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ସମସ୍ତ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ଉଦୀୟମାନ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସମସ୍ତ ପରିବେଷଣକାରୀ ଓ ଅଣ- ପରିବେଷଣକାରୀ କଳାକାରମାନଙ୍କୁ ସ୍ୱୀକୃତି ଓ ସହାୟତା ପ୍ରଦାନ ପାଇଁ ଏକ ବ୍ୟାପକ ବ୍ୟବସ୍ଥା ପ୍ରତିଷ୍ଠା କରିଛନ୍ତି। ଲୋକ, ଜନଜାତୀୟ ଏବଂ ପାରମ୍ପରିକ କଳାକାରମାନଙ୍କୁ ବିଶେଷ ଗୁରୁତ୍ୱ ଦେଇ ସାଂସ୍କୃତିକ ଉତ୍ସବ, ମେଳା, କର୍ମଶାଳା, ପ୍ରତିଭା ଅନ୍ୱେଷଣ ଏବଂ ରାଜ୍ୟ ସରକାର, ସାଂସ୍କୃତିକ ଅନୁଷ୍ଠାନ ଓ ବିଶେଷଜ୍ଞମାନଙ୍କ ସୁପାରିଶ ମାଧ୍ୟମରେ କଳାକାରମାନଙ୍କୁ ଚିହ୍ନଟ କରାଯାଏ। ଏହାସହ ଆଞ୍ଚଳିକ ଓ ଜାତୀୟ ଉତ୍ସବ, ଲୋକ ଓ ଜନଜାତୀୟ ଉତ୍ସବ, ହସ୍ତଶିଳ୍ପ ମେଳା, ଯୁବ ଉତ୍ସବ ଏବଂ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରି କଳାକାରମାନଙ୍କୁ ପ୍ରଦର୍ଶନର ସୁଯୋଗ ସୃଷ୍ଟି କରାଯାଏ, ଯାହା ଦ୍ୱାରା ସେମାନେ ସ୍ୱୀକୃତି ଏବଂ ବ୍ୟାପକ ଜନପ୍ରିୟତା ହାସଲ କରିପାରିବେ।

ଏହା ବ୍ୟତୀତ, କଳାତ୍ମକ ଦକ୍ଷତା ବୃଦ୍ଧି ଏବଂ ଉଦୀୟମାନ କଳାକାରମାନଙ୍କର କ୍ଷମତା ବିକାଶ ପାଇଁ ସମସ୍ତ ଜେଡସିସି କର୍ମଶାଳା, ଆଲୋଚନାଚକ୍ର ଏବଂ ପ୍ରଶିକ୍ଷଣ ଶିବିର ପରିଚାଳନା କରନ୍ତି। ସେମାନେ ପ୍ରକାଶନ ଏବଂ ଦୃଶ୍ୟ-ଶ୍ରାବ୍ୟ ରେକର୍ଡ ମାଧ୍ୟମରେ ଲୋକ ସଙ୍ଗୀତ, ନୃତ୍ୟ, ନାଟକ, ମୌଖିକ ପରମ୍ପରା ଏବଂ ପାରମ୍ପରିକ ହସ୍ତଶିଳ୍ପର ନଥିକରଣ ଓ ସଂରକ୍ଷଣ କାର୍ଯ୍ୟ ମଧ୍ୟ ହାତକୁ ନିଅନ୍ତି। ଅଣ-ପରିବେଷଣକାରୀ କଳା ପାଇଁ, ଏହି କେନ୍ଦ୍ରଗୁଡ଼ିକ ବଜାର ସୁବିଧା ଯୋଗାଇବା ଏବଂ କାରିଗରମାନଙ୍କ ଜୀବିକାରେ ସୁଧାର ଆଣିବା ପାଇଁ ପ୍ରଦର୍ଶନୀ, ହସ୍ତଶିଳ୍ପ ବଜାର ଏବଂ କାରିଗର ପ୍ରଦର୍ଶନୀର ଆୟୋଜନ କରିଥାନ୍ତି। ଏହା ସହିତ ଡାଟାବେସ୍ ଅପଡେଟ୍ କରିବା ଏବଂ କଳାକାର ସମ୍ପ୍ରଦାୟ ସହିତ ଉତ୍ତମ ଓ ସିଧାସଳଖ ସମ୍ପର୍କ ସ୍ଥାପନ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପ୍ରଦର୍ଶନ କଳାକାର, ଗବେଷକ, ସମୀକ୍ଷକ, ଲେଖକ, କଳା ଇତିହାସକାର ଆଦିଙ୍କର ଏକ ସଂଗ୍ରହାଗାର ସୃଷ୍ଟି କରିଛନ୍ତି।
ଭାରତର ପରିବେଷଣ କଳାର ପ୍ରସାର, ପ୍ରଚାର ଏବଂ ସଂରକ୍ଷଣ ପାଇଁ, ସଙ୍ଗୀତ ନାଟକ ଏକାଡେମୀ ୨୦୧୮ ମସିହାରେ ଝାଡ଼ଖଣ୍ଡର ଚନ୍ଦନକିଆରୀଠାରେ ପୁରୁଲିଆ, ମୟୂରଭଞ୍ଜ ଏବଂ ସେରାଇକେଲା ଛଉର ସଂରକ୍ଷଣ ଓ ପ୍ରସାର ପାଇଁ ‘ସଙ୍ଗୀତ ନାଟକ ଏକାଦମୀ ଛଉ କେନ୍ଦ୍ର’ ପ୍ରତିଷ୍ଠା କରିଛନ୍ତି। ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର/ଫେଲୋସିପ୍ ହେଉଛି ପରିବେଷଣ କଳା କ୍ଷେତ୍ରରେ ସର୍ବୋଚ୍ଚ ଜାତୀୟ ସମ୍ମାନ। ଏହାକୁ ପ୍ରତିବର୍ଷ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଏ। ଏପର୍ଯ୍ୟନ୍ତ ୩୨ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ, ୨୩ ଜଣ ଛଉ ନୃତ୍ୟଶିଳ୍ପୀ ଏବଂ ୨ ଜଣ ଗୋଟିପୁଅ ନୃତ୍ୟଶିଳ୍ପୀ ଏହି ପୁରସ୍କାର/ଫେଲୋସିପ୍ ଗ୍ରହଣ କରିଛନ୍ତି।

(ଗ) ଲୋକ କଳାକାରମାନଙ୍କର ଚିହ୍ନଟ, ପ୍ରଶିକ୍ଷଣ ଓ ଜୀବିକା ସୁରକ୍ଷା ପାଇଁ ବିଭିନ୍ନ ଯୋଜନା:
ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ରଗୁଡ଼ିକ ଦ୍ୱାରା ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟାବଳୀ ପାଇଁ ରାଜ୍ୟଗୁଡ଼ିକରୁ ଲୋକ କଳାକାରମାନଙ୍କୁ ନିୟୋଜିତ କରାଯାଏ। ଏହି କଳାକାରମାନଙ୍କୁ ସେମାନଙ୍କ ଜୀବିକା ଅର୍ଜନରେ ସହାୟତା କରିବା ପାଇଁ ପାରିଶ୍ରମିକ, ଗସ୍ତ/ଦୈନିକ ଭତ୍ତା, ରହିବା ଓ ଖାଇବା ବ୍ୟବସ୍ଥା ଏବଂ ସ୍ଥାନୀୟ ପରିବହନ ଖର୍ଚ୍ଚ ଆଦି ପ୍ରଦାନ କରାଯାଏ। ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ରଗୁଡ଼ିକ ଦ୍ୱାରା ପରିଚାଳିତ ‘ଗୁରୁ ଶିଷ୍ୟ ପରମ୍ପରା ଯୋଜନା’ ହେଉଛି ଏପରି ଏକ ପଦକ୍ଷେପ, ଯେଉଁଥିରେ ପାରମ୍ପରିକ ଗୁରୁମାନେ ସାଂସ୍କୃତିକ ଜ୍ଞାନର ନିରନ୍ତରତା ବଜାୟ ରଖିବା ପାଇଁ ଯୁବ ଶିଷ୍ୟମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି, ଯାହା କଳାକାର, ଗବେଷକ ଏବଂ ପରମ୍ପରାର ବାହକମାନଙ୍କୁ ସାହାଯ୍ୟ କରିଥାଏ। ସଂସ୍କୃତି ମନ୍ତ୍ରଣାଳୟ ‘ବରିଷ୍ଠ କଳାକାରମାନଙ୍କ ପାଇଁ ଆର୍ଥିକ ସହାୟତା’ ନାମକ ଏକ ଯୋଜନା ପରିଚାଳନା କରୁଛନ୍ତି, ଯେଉଁଥିରେ ବୟସ୍କ କଳାକାର ଏବଂ ଗବେଷକମାନଙ୍କ ଆର୍ଥିକ ଓ ସାମାଜିକ-ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ପାଇଁ ମାସିକ ସର୍ବାଧିକ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏହି ସହାୟତା ସେହିମାନଙ୍କୁ ଦିଆଯାଏ ଯେଉଁମାନେ ନିଜର ସକ୍ରିୟ ବୟସରେ କଳା, ସାହିତ୍ୟ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି କିମ୍ବା ଏବେ ବି ଯୋଗଦାନ ଦେଉଛନ୍ତି, କିନ୍ତୁ ବାର୍ଦ୍ଧକ୍ୟ ହେତୁ ନିୟମିତ ଆୟ କରିବାରେ ଅସମର୍ଥ ହୋଇପଡ଼ିଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ “ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଯୁବ କଳାକାରମାନଙ୍କୁ ବୃତ୍ତି” ନାମକ ଆଉ ଏକ ଯୋଜନା ପରିଚାଳନା କରୁଛନ୍ତି। ଏଥିରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ, ନାଟକ, ମୁକାଭିନୟ, ଦୃଶ୍ୟକଳା, ଲୋକ, ପାରମ୍ପରିକ ଓ ଆଞ୍ଚଳିକ କଳା ଏବଂ ସୁଗମ ସଙ୍ଗୀତ ଆଦି କ୍ଷେତ୍ରରେ ଉଚ୍ଚତର ପ୍ରଶିକ୍ଷଣ ପାଇଁ ୧୮ ରୁ ୨୫ ବର୍ଷ ବୟସସୀମା ମଧ୍ୟରେ ଥିବା ପ୍ରତିଭାବାନ୍ ଯୁବ କଳାକାରମାନଙ୍କୁ (ଗୋଟିଏ ବର୍ଷରେ ସର୍ବାଧିକ ୪୦୦ ଜଣଙ୍କୁ) ୨ ବର୍ଷ ପାଇଁ ମାସିକ ୫,୦୦୦/- ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏହି ବୃତ୍ତି ରାଶି ଛଅ ମାସରେ ଥରେ ଲେଖାଏଁ ମୋଟ ଚାରୋଟି ସମାନ କିସ୍ତିରେ ପ୍ରଦାନ କରାଯାଏ

ଏହା ବ୍ୟତୀତ, ସଂସ୍କୃତି ମନ୍ତ୍ରଣାଳୟ ‘ଗୁରୁ-ଶିଷ୍ୟ ପରମ୍ପରା (ରେପର୍ଟରୀ ଗ୍ରାଣ୍ଟ)’ ଯୋଜନା ଚଲାଉଛନ୍ତି। ଏହା ଅଧୀନରେ ପରିବେଷଣ କଳାର ସମସ୍ତ ବିଭାଗ ଯଥା: ସଙ୍ଗୀତ ଦଳ, ନୃତ୍ୟ ଦଳ, ଶିଶୁ ନାଟକ ସମେତ ନାଟକ ଦଳ, ସଙ୍ଗୀତ ବୃନ୍ଦ ଆଦିର ଲୋକକଳାକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ଏହି ଯୋଜନା ଅଧୀନରେ, ଗୁରୁ (ଦଳର ମୁଖ୍ୟ) ଙ୍କ ପାଇଁ ମାସିକ ୧୫,୦୦୦/- ଟଙ୍କା ଏବଂ କଳାକାରଙ୍କ ବୟସ ଆଧାରରେ ଶିଷ୍ୟମାନଙ୍କ ପାଇଁ ମାସିକ ୨,୦୦୦/- ରୁ ୧୦,୦୦୦/- ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଏ। ସଙ୍ଗୀତ ନାଟକ ଅକାଦମୀଙ୍କର “ପାରମ୍ପରିକ, ଲୋକ ଓ ଜନଜାତୀୟ ପ୍ରଦର୍ଶନ କଳାର ପ୍ରଶିକ୍ଷଣ ଏବଂ ସଂରକ୍ଷଣ” ନାମକ ଏକ ଯୋଜନା ରହିଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ, ଦେଶସାରାରୁ ଚୟନ କରାଯାଇଥିବା ସଙ୍ଗୀତ, ନୃତ୍ୟ, ନାଟକ ଏବଂ ଏହା ସହିତ ଜଡ଼ିତ ହସ୍ତଶିଳ୍ପ ଓ ଅନ୍ୟାନ୍ୟ କଳାରୂପଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ଏଥିରେ ଗୁରୁ-ଶିଷ୍ୟ ପରମ୍ପରାରେ ଏକ ଅନୌପଚାରିକ ଏବଂ ବ୍ୟକ୍ତିଗତ ପରିବେଶରେ ପ୍ରଶିକ୍ଷଣ ଦେବା ଉପରେ ବିଶେଷ ଧ୍ୟାନ ଦିଆଯାଏ। ଏହି ଯୋଜନାଟି ପାରମ୍ପରିକ ପ୍ରଦର୍ଶନ କଳାସହିତ ଜଡ଼ିତ ପ୍ରଦର୍ଶନ, କର୍ମଶାଳା ଏବଂ ବାଦ୍ୟଯନ୍ତ୍ର ଓ ହସ୍ତଶିଳ୍ପର ପ୍ରଦର୍ଶନୀକୁ ମଧ୍ୟ ସହାୟତା ଯୋଗାଇଥାଏ।ସଙ୍ଗୀତ ନାଟକ ଏକାଡେମି ‘କଳା ଦୀକ୍ଷା (ଗୁରୁ-ଶିଷ୍ୟ ପରମ୍ପରା)’ ଯୋଜନା ଅଧୀନରେ ଓଡ଼ିଶାର ବିଭିନ୍ନ ପାରମ୍ପରିକ ପରିବେଷଣ କଳାର ସଂରକ୍ଷଣ ଓ ନୂତନ ପିଢ଼ିକୁ ପ୍ରଶିକ୍ଷଣ ଦେବା ପାଇଁ ୧୩ଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ଅନୁଗୁଳ ଜିଲ୍ଲାର ଓଦାସ ଗ୍ରାମରେ ଗୁରୁ ଖଗେଶ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ରାବଣଛାୟା, ବରଗଡ଼ ଜିଲ୍ଲାର ତାଲମେଣ୍ଡାରେ ଗୁରୁ ଅଲେଖ ସାହୁଙ୍କ ନେତୃତ୍ୱରେ ସଞ୍ଚାର, ଢୋଲବନ୍ଧରେ ଗୁରୁ ଆନନ୍ଦ ବାଗ୍ଙ୍କ ଅଧୀନରେ ବ୍ରହ୍ମବୀଣା, ଗୋଲୋମୁଣ୍ଡୁଳାରେ ଗୁରୁ ରଘୁନାଥ ସ୍ୱାଇଁଙ୍କ ନେତୃତ୍ୱରେ ରାମଲୀଳା ଏବଂ ଗଞ୍ଜାମ ଜିଲ୍ଲାର ବାହାଡ଼ାଗୁଡ଼ାରେ ଗୁରୁ ରାଧାମୋହନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପ୍ରହ୍ଲାଦ ନାଟକର ପ୍ରଶିକ୍ଷଣ ଦିଆଯାଉଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ମୟୂରଭଞ୍ଜ ଛଉ ନୃତ୍ୟର ସଂରକ୍ଷଣ ଓ ପ୍ରସାର ପାଇଁ ଗୁରୁ ଲାଲଟୁ ମହାନ୍ତ, ସଚିନ୍ଦ୍ର ଧରା, ନରେନ୍ଦ୍ର ଟିପିରିଆ, ଅକ୍ଷୟ କୁମାର ମହାନ୍ତ, ଫରେନ ନାରାୟଣ ଧରା (ବାରିପଦା), ମହେଶ୍ୱର ମୁଣ୍ଡା (ଡାଲିମା, ତିରିଙ୍ଗ), ସୃଷ୍ଟିଧର ମହାନ୍ତ (ରାଇରଙ୍ଗପୁର) ଏବଂ ଶିବଚରଣ ମହାନ୍ତ (କରଞ୍ଜିଆ)ଙ୍କ ତତ୍ତ୍ୱାବଧାନରେ ଆଠଟି ପୃଥକ ପ୍ରଶିକ୍ଷଣ କେନ୍ଦ୍ର ପରିଚାଳିତ ହେଉଛି। ଏହି ଯୋଜନା ମାଧ୍ୟମରେ ଗୁରୁ-ଶିଷ୍ୟ ପରମ୍ପରାକୁ ସୁଦୃଢ଼ କରିବା ସହ ଓଡ଼ିଶାର ଅମୂଲ୍ୟ ପାରମ୍ପରିକ ପରିବେଷଣ କଳାକୁ ନୂତନ ପିଢ଼ି ମଧ୍ୟରେ ସଂରକ୍ଷିତ ଓ ପ୍ରସାରିତ କରାଯାଉଛି। ରାଜ୍ୟସଭାରେ ସାଂସଦ ଡ. ସନ୍ତୃପ୍ତ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଏହି ସୂଚନା ଦେଇଛନ୍ତି।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech