ଅନୁଗୋଳ, ଜିନ୍ଦଲ ନଗର ବାହୁଡ଼ା ଯାତ୍ରାରେ ଭକ୍ତଙ୍କ ବିପୁଳ ସମାଗମ

ଅନୁଗୋଳ, ଜୁଲାଇ ୨୪, ୨୦୨୬: ଜିନ୍ଦଲ ନଗରର ଦେବଭୂମିରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ପବିତ୍ର ବହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇ ବଡ଼ ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର ଯାତ୍ରାରେ ସାମିଲ ହୋଇଥିଲେ। ଏହି ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥାନ୍ତି ।
ଜିନ୍ଦଲ ଷ୍ଟିଲ୍ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ, ପ୍ରଥମ ସେବକ ଭାବେ ପବିତ୍ର ବହୁଡ଼ା ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ତାଙ୍କ ସହ ମାତା ତଥା ହରିୟାଣାର ହିସାର ବିଧାୟିକା ଶ୍ରୀମତୀ ସାବିତ୍ରୀ ଜିନ୍ଦଲ, ପତ୍ନୀ ତଥା ଜିନ୍ଦଲ ଫାଉଣ୍ଡେସନ୍ର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ, କନ୍ୟା ଯଶସ୍ୱିନୀ ଜିନ୍ଦଲ ଏବଂ ଜ୍ୱାଇଁ ଶ୍ରୀ ଶାଶ୍ୱତ ସୋମାନୀ ଉପସ୍ଥିତ ଥିଲେ।
ସେମାନେ ମୁଖ୍ୟ ପୂଜକଙ୍କ ମାର୍ଗଦର୍ଶନରେ ଶ୍ରୀକ୍ଷେତ୍ର ପୁରୀର ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ବହୁଡ଼ା ଯାତ୍ରା ନୀତିକାନ୍ତି ସମ୍ପନ୍ନ କରିଥିଲେ। ପରେ ପରେ ସେମାନେ ହଜାର ହଜାର କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପବିତ୍ର ରଥ ଟାଣିବାରେ ସାମିଲ ହୋଇଥିଲେ।
ଏହି ଅବସରରେ ଶ୍ରୀ ନବୀନ ଜିନ୍ଦଲ କହିଥିଲେ, “ମୁଁ ମୋ ପରିବାର ସହ କର୍ମଚାରୀ, ସେମାନଙ୍କ ପରିବାର ଓ ସ୍ଥାନୀୟ ସମୁଦାୟ ସହିତ ଜିନ୍ଦଲ ନଗରରେ ପବିତ୍ର ବାହୁଡ଼ା ଯାତ୍ରାରେ ସାମିଲ ହେବାର ସୁଯୋଗ ପାଇଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କୃତଜ୍ଞ। ଆମେ ପ୍ରଭୁଙ୍କ ନିକଟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସୁଖ, ସୁସ୍ୱାସ୍ଥ୍ୟ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛୁ। ମହାପ୍ରଭୁଙ୍କ ଦିବ୍ୟ ଆଶୀର୍ବାଦ ସଦାସର୍ବଦା ଆମ ସମସ୍ତଙ୍କୁ ସଠିକ୍ ପଥରେ ପରିଚାଳିତ କରୁ। ଜୟ ଜଗନ୍ନାଥ!”
ଶ୍ରୀ ଜିନ୍ଦଲ, ସାମାଜିକ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ଦେଇ କହିଥିଲେ ଯେ, ରଥଯାତ୍ରା ଅବସରରେ ପୁରୀରେ ଜିନ୍ଦଲ ଫାଉଣ୍ଡେସନ୍ର ପ୍ରସାଦ ସେବା କେନ୍ଦ୍ରଗୁଡ଼ିକ ଚବିଶ ଘଣ୍ଟା କାର୍ୟ୍ୟରତ ରହି ଶ୍ରଦ୍ଧାଳୁମାନଙ୍କୁ ଦେୟମୁକ୍ତ ପୌଷ୍ଟିକ ପ୍ରସାଦ ଓ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛନ୍ତି। ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଜିନ୍ଦଲ ଫାଉଣ୍ଡେସନ୍ର ‘ରଥଯାତ୍ରା ସେବା’ ପଦକ୍ଷେପ ରଥଯାତ୍ରାରୁ ସୁନାବେଶ ପର୍ୟ୍ୟନ୍ତ ଲକ୍ଷାଧିକ ଭକ୍ତଙ୍କୁ ସେବା ଯୋଗାଇ ଆସୁଛି। ଏହା ସମାଜସେବା, ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ମାନବିକ ସହଯୋଗ ପ୍ରତି ସଂସ୍ଥାର ଦୀର୍ଘଦିନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।



