ପି ଏମ୍ ଶ୍ରୀ ଜନତା ହାଇସ୍କୁଲରେ ବିଶ୍ଵ ହସ୍ତୀ ଦିବସ ପାଳିତ

ବରଗଡ:୧୨/୦୮(ପବିତ୍ର ମେହେର): ପରିବେଶ ସନ୍ତୁଳନ ରକ୍ଷା କରିବାରେ ହାତୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏହି ମର୍ମରେ ସ୍ଥଳଭାଗର ବୃହତ୍ତମ ପ୍ରାଣୀ ହାତୀ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ତଥା ସେମାନଙ୍କ ସଂରକ୍ଷଣ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି। ଏଥିନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ବିଶ୍ଵ ହସ୍ତୀ ଦିବସ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇକୋ କ୍ଳବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ହାତୀମାନେ ସମ୍ମୁଖୀନ ହେଉଥିବା ଆହ୍ବାନ, ମନୁଷ୍ୟ – ହାତୀ ସଂଘର୍ଷ ତଥା ସେମାନଙ୍କ ସୁରକ୍ଷାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ୫୪ ଜଣ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ।ହାତୀଙ୍କ ଜୀବନଶୈଳୀ ଉପରେ ଆଧାରିତ ଏକ ଆକର୍ଷଣୀୟ ଛାୟାଚିତ୍ର ପ୍ରଦର୍ଶନ କରାଯାଇଥିଲା।ପରିଚାଳନାରେ ଶିକ୍ଷକ ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ,ପ୍ରଶାନ୍ତ ମହାପାତ୍ର,ଶ୍ରୀପତି ସାହୁ ଓ ଶିକ୍ଷୟିତ୍ରୀ ଲକ୍ଷ୍ମୀବତୀ ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ବୀର ସୁରେନ୍ଦ୍ର ସାଏ ଇକୋ କ୍ଳବ୍,ୟୁଥ୍ ଆଣ୍ଡ ଇକୋ କ୍ଳବର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ରୋଜାଲିନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।



