ବିଷ୍ନୁପ୍ରିୟା ସେବା ସମିତି ପକ୍ଷରୁ ଚାରା ରୋପଣ।

କଟକ ସଦର ୨୩।୦୮ ସାମାଜିକ ସଂଗଠନ ବିଷ୍ନୁପ୍ରିୟା ସେବା ସମିତି ପକ୍ଷରୁ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଉପଲକ୍ଷେ କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ ମହୁରା, ରଘୁନାଥ ପୁର ଠାରେ ବିଭିନ୍ନ କିସମର ୩୦୦ ରୁ ଉର୍ଦ୍ଧ ଚାରା ରୋପଣ କରି ଶୁଭାରମ୍ଭ କରିଥିଲେ। ଆଗକୁ ଆହୁରି ଅନେକ ସ୍ଥାନରେ ଚାରା ରୋପଣ କରାଯିବ ବୋଲି ସମିତିର ସଭାପତି ତଥା ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ସୂଚନା ଦେଇଥିଲେ। ପରମହଂସ ପଞ୍ଚାୟତ ସରପଞ୍ଚ ଅଶୋକ ପାତ୍ର, ପୂର୍ବତନ ସରପଞ୍ଚ ନିର୍ମଳ ଦାସ, ବିଶିଷ୍ଟ ସମାଜସେବୀ ଜିତେନ୍ଦ୍ର ଦାସ, ପୂର୍ବତନ ସମିତି ସଭ୍ୟ ପ୍ରଭାକର ବେହେରା ବିକ୍ରମ ରାଉତଙ୍କ ନିର୍ଦ୍ଦେଶନାରେ କଟକ ସଦର ବିକାଶ ମଞ୍ଚର ସଭାପତି ସୁବୋଧ ବେହେରାଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରମୁଖ ଯୋଗ ଦେଇଥିଲେ।



