ଦୁଇ ବାଇକ ମୁହାଁ ମୁହିଁ ତିନି ଆହତ ଜଣେ ମୃତ |

ଜୁନାଗଡ଼ ( ବାଲେଶ୍ୱର ସୁନାନୀ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବାଙ୍କପଳାସ ଗ୍ରାମ ପଞ୍ଚାୟତ କୁ ସଂଯୋଗ ଥିବା ଜିଲିଙ୍ଗଦର ଠାରୁ ବଡବସୁଲ ରାସ୍ତା ବଙ୍କାପଳାସ ସ୍ଥିତ କୁକୁଡ଼ା ଫାର୍ମ ନିକଟରେ | ଗତ କାଲି ରବିବାର ସନ୍ଧ୍ୟା ୫ଘଣ୍ଟା ସମୟରେ ଦୁଇ ବାଇକ ମୁହାଁ ମୁହିଁ ଫଳରେ ତିନି ଜଣ ଆହତ ଥିବା ବେଳେ ଜଣେ ବ୍ୟକ୍ତି ଘଟଣା ସ୍ଥଳରେ ମୃତୁ ବରଣ କରିଛନ୍ତି | ମୃତକ ହେଉଛନ୍ତି ଦେଦର ଗାଁ ର ଦିଗାମ୍ବର ମାଝୀ (୪୦) ସେ ଏବଂ.ଖଗେଶ୍ୱର ମାଝୀ ଦୁଇଜଣ ଏକ୍ସଷ୍ଟିମ(୧୬୦)ବାଇକ ଓଡି ୦୮ଡବ୍ଲୁ ୦୨୭୭ ଯୋଗେ ଦାସୀଗାଁ ଯାଇ ନିଜ ଗାଁ କୁ ଫେରୁଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ପ୍ଲେନଡର ବାଇକ ଯାହାର ନମ୍ବର ଓଡି ୦୮ସି ୮୫୫୬ ଦ୍ରୁତ ବେଗ ରେ ଆସି ଧକା ହେବାର ସୂଚନା ମିଳିଛି. |ଏହି ମର୍ମନ୍ତୁକ ଘଟଣା କୁ ନେଇ ଜୁନାଗଡ଼ ଥାନା ରେ ଅଭିଯୋଗ ହେବା ପରେ, ଘଟଣା ସ୍ଥଳକୁ ଜୁନାଗଡ଼ ପୋଲିସ ପହଞ୍ଚି ଦୁର୍ଘଟଣାର ଶିକାର ହୋଇ ଆହତ ବ୍ୟକ୍ତି ମାନଙ୍କୁ ଜୁନାଗଡ଼ ଡାକ୍ତରଖାନା ରେ ଭର୍ତି କରା ଯାଇଥିଲା | ପରେ ଗୁରୁତ୍ୱର ବ୍ୟକ୍ତି ମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ରେଫର କରା ଯାଇଥିଲା | ସୋମବାର ମୃତ ଶରୀରକୁ ଶବ ବ୍ୟବଛେଦ ହେବା ପରେ ଜୁନାଗଡ଼ ପୋଲିସ ମୃତକ ପରିବାର ଙ୍କୁ ଶବ ହସ୍ତାନ୍ତର କରିଥିଲେ |




