ବେଗୁନିଆପଡା ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ

ଜେ ବି ଏନ, ୨୨/୧୨/୨୦୨୦, (ରିପୋର୍ଟ,ଟୁକୁନା ପ୍ରଧାନ), ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ସେବା ସମବାୟ ସମିତି ପକ୍ଷରୁ ଆଜି କାର୍ଯ୍ୟାଳୟ ପରିସରରେ ଖରିଫ ଧାନ କ୍ରୟ ପାଇଁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ବେଗୁନିଆପଡା ସେବା ସମବାୟ ସଭାପତି ସମ୍ପାଦକ ସୁକୁଟା ଗୌଡ଼ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ଅଧକ୍ଷା ଙ୍କ ପ୍ରତିନିଧି ବିଜୟ କୁମାର ଦୋରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ, ବେଗୁନିଆପଡା ସେବାସମବାୟ ବ୍ୟାଙ୍କ ଶାଖା ପରିଚାଳକ ରବୀନ୍ଦ୍ର କୁମାର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ପ୍ରଥମ ଦିନରେ ୪ ଜଣ ଚାଷୀଙ୍କ ଠାରୁ ୧୦୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧିକାଂଶ ଚାଷୀ ଓ ବିଭିନ୍ନ ସମିତିର ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।



