ନକଲି ସିମେଣ୍ଟ କାରଖାନା ଠାବ, କମ୍ପାନୀ ପରିଚାଳକ ଗିରଫ

ଜେ ବି ଏନ, ୨୨/୧୨/୨୦୨୦,କଟକ : ଆଜି କଟକ ଜିଲ୍ଲା ଅନ୍ତର୍ଗତ ଏକ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ଏଥି ସହିତ ମାଲିକ କୁ ଗିରଫ କରିଥିବା ଜଣାପଡିଛି l ସୂଚନାଯୋଗ୍ୟ ଆଜି କଟକ ପୋଲିସ କ୍ରମାଗତ ୨୦ତମ ଚଢ଼ାଉରେ ବ୍ୟବହାର ଅନୁପଯୁକ୍ତ ସିମେଣ୍ଟକୁ ନୂଆ ପ୍ୟାକିଂକରି ଆମ୍ବୁଯା ସିମେଣ୍ଟ ନାମରେ ବିକ୍ରିକରୁଥିବା ଏକ ଠକ କମ୍ପାନୀକୁ

ଠାବ କରିଛନ୍ତି l ଜଗତପୁର ପୋଲିସ୍ ଦ୍ବାରା ଠାବକରାଯାଇ ବ୍ୟବହାର ଅବଧି ସରିଯାଇଥିବା ପ୍ରାୟ ୧୦୦୦୦ ବସ୍ତା ଓ ଜାଲ ୧୦୦୦ ନୂଆ ସିମଣ୍ଟବସ୍ତା ଜବତ କରାଯିବାସହିତ କମ୍ପାନୀ ପରିଚାଳକ ଦେବେସ୍ ଯୋସିକୁ ଗିରଫ କରାଯାଇଅଛି I ଏ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।




