ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଳବ ବାଜିମାତ
଼ତାଳଚେର, ୩୦/୦୮ ତାଳଚେର ରାଇଫଲ କ୍ଲବର ପ୍ରତିଯୋଗୀମାନେ ୱେଷ୍ଟବେଙ୍ଗଲ ଆସାମ ଠାରେ ହୋଇଥିବା ବନ୍ଧୁକ ଚାଳନା ପ୍ରତିଯୋଗିତା ଅଗଷ୍ଟ ୨୫ତାରିଖ ଠାରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାଳଚେର ରାଇଫଲ କ୍ଲବର ୯ଜଣ ପ୍ରତିଯୋଗୀ ଭାଗନେିଥିଲେ । ସେଥିରେ ମହିଳା ବିଭାଗରେ .୧୭୭ ଏଆରପିସ୍ତଲରେ ସ୍ୱାତୀରାଣୀ ଗଡ଼ନାୟକ, .୧୭୭ ପିସ୍ତଲରେ ରିତିକା ରାଜ ଓ ସାଇନା ସାହୁ ବିଜୟୀ ହୋଇଥିବା ବେଳେ .୧୭୭ ପିପିସାଇଡ଼୍ ପୁରୁଷ ବିଭାଗରେ ଆୟୁଷ୍ମାନ ଦାସ, ଅମ୍ରିତ ଆନନ୍ଦ, ସୋମନାଥ ବାରିକ, ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାଗନେବାକୁ ମନୋନୀତ ହୋଇସାରିଛନ୍ତି । ସେଥିପାଇଁ ଅନୁଗୋଳ ଓ ତାଳଚେର ରାଇଫଲ କ୍ଲବର ବରିଷ୍ଠ ସଦସ୍ୟମାନେ ପ୍ରତିଯୋଗୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

August 30, 2026/
No Comments


