ତାଳଚେରରେ ମା’ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା
ତାଳଚେର, ୦୧/୦୬ ଭାଦ୍ରବ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥି ୩୦ ତାରିଖ ରବିବାର ଦିନ ମା’ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷାର ପ୍ରଥମ ପାଳି ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ତାଳଚେର ସହରର ବିଭିନ୍ନ ଗଳିକନ୍ଦିର ପ୍ରତ୍ୟେକ ଓଷା କୋଠିରେ ମହିଳା ଓ ବାଳିକା ମାନଙ୍କ ଚଳଚଚଂଳ ଦେଖିବାକୁ ମିଳିଛି । ତାଳଚେର ସହରର ଜଗନ୍ନାଥ ମନ୍ଦିର ସମ୍ମୁଖ ବ୍ରାହ୍ମଣୀ ନଦୀପଠା ଠାରେ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ କଳସରେ ଜଳ ଆଣି ନିଜ ନିଜ କୋଠିରେ ସ୍ଥାପନ କରିଛନ୍ତି । ଏବଂ ପ୍ରତ୍ୟେକ ରବିବାର ଦିନ ଏହି ପୂଜା ମହାଆଡ଼ମ୍ବର ସହକାରେ ମହିଳାଙ୍କ ଠାରୁ ଆରମ୍ଭ କରି ବାଳିକା ମାନେ ମଧ୍ୟ ବ୍ରତ ପାଳନ କରିଥାନ୍ତି । ଏହି ଖୁଦୁରୁକୁଣୀ ଓଷାର ମହତ ଉଦ୍ଦେଶ୍ୟ ହେଉଛି, ଭାଇମାନଙ୍କ ସୁରକ୍ଷା ଓ ମଙ୍ଗଳକାମନା ନିମନ୍ତେ ଭଉଣୀମାନେ ଏହା ମାସକ ପାଇଁ ଭକ୍ତି, ନିଷ୍ଠାର ସହ ବ୍ରତ କରି ଆମିଷକୁ ବାରଣ କରିଥାନ୍ତି । ଏହାକୁ ନେଇ ତାଳଚେର ବଜାର ଗୁଡ଼ିକରେ ଥିବା ପୂଜାସାମଗ୍ରୀ ଓ ମୂର୍ତିଶୀଳ୍ପ କାରଖାନାରେ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ପୂଜା ସାମଗ୍ରୀ କ୍ରୟ କରିବା ସହ ବିଭିନ୍ନ ପ୍ରକାର ମୂର୍ତି ଭେଳିକି ଭେଳି ଦେଖି ନିଜର ମନପସନ୍ଦ ମୂତାବକ ମୂର୍ତି କ୍ରୟ କରିଛନ୍ତି । ତେବେ ଖୁଦୁରୁକୁଣୀ ଓଷାକୁ ନେଇ ବଡ଼ବଜାର, ନୂଆବଜାର, ଫାଷ୍ଟଗେଟ୍ ରାମଚନ୍ଦ୍ରବଜାର, ବସଷ୍ଟାଣ୍ଡ, ହାଟତୋଟା, ଶର୍ମାଛକ, ହାଣ୍ଡିଧୂଆଁ ଇତ୍ୟାଦି ମାର୍କେଟ ଗୁଡ଼ିକ ଭିଡ଼ ରହିଥିଲା ।

September 1, 2026/
No Comments


